ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଯୋଗଦେବେ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର ବିଭିନ୍ନ ବିଭାଗର ବିଶେଷଜ୍ଞ
  • ସକାଳ ୮ଟାରୁ ସନ୍ଧ୍ୟା ଯାଏଁ ଚାଲିବ ଏହି ମାଗଣା ସ୍ୱାସ୍ଥ୍ୟ ଶିବିର

ଆସନ୍ତା ୭ ତାରିଖ ବୁଧବାର ଦିନ ଜଟଣୀ ନିକଟସ୍ଥ ରଥିପୁରଠାରେ ଏକ ମେଗା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଉଛି। ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ଆୟୋଜିତ ଏହି ଶିବିରରେ ରୋଗୀମାନଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଏହି ମେଡିକାଲ କଲେଜର ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ରହିବେ।  ଶିବିର ସକାଳ ୮ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ।

ଏହି ମାଗଣା ସ୍ୱାସ୍ଥ୍ୟ ଶିବିରକୁ ଡାକ୍ତର ଅମଳେନ୍ଦୁ ଚୌଧୁରୀ ପରିଚାଳନା କରିବେ।  ଏହି ସ୍ୱାସ୍ଥ୍ୟ ଶିବିରକୁ ଆସି ନିଦାନ ସହ ବିଭିନ୍ନ ଡାକ୍ତରୀ ପରୀକ୍ଷାର ସୁଯୋଗ ନେବାକୁ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ଜନସାଧାରଣଙ୍କୁ ନିବେଦନ କରାଯାଇଛି।

୭ ଫେବ୍ରୁଆରି ଦିନ ରଥିପୁରଠାରେ ଶ୍ରୀମାର୍ଗ ଅନୁଷ୍ଠାନ ପକ୍ଷରୁ ଗୋ ସମ୍ବର୍ଦ୍ଧନା ମହୋତ୍ସବ ଏବଂ ଗୋବିନ୍ଦ ଗୋମାତା ମନ୍ଦିରର ଭିତିପ୍ରସ୍ତର ସ୍ଥାପନ ସମାରୋହ ଅନୁଷ୍ଠିତ ହେଉଛି। ଏଥିରେ ନେପାଳର ରାଜା ଶ୍ରୀ ଜ୍ଞାନେନ୍ଦ୍ର ବୀରବିକ୍ରମ ଶାହା ଦେବ ଯୋଗଦେବେ। ଏଥିରେ ବହୁ ସଂଖ୍ୟାରେ ଅତିଥି ଓ ସ୍ଥାନୀୟ ଜନସାଧାରଣ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ବିଶେଷ ସାମାଜିକ କାର୍ଯ୍ୟକ୍ରମ ଅବସରରେ ହାଇଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।

Comment