ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ପାଣିଟାଙ୍କି ଉଦ୍‌ଘାଟନକୁ ନେଇ ରାଜନୀତି ଥମୁନି। ବିଜେଡିରୁ ନିଲମ୍ବିତ ହେବା ପରେ ସାଂସଦ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପାଣିଟାଙ୍କି ଉଦଘାଟନ କରି ଚାଲିଛନ୍ତି।

ତେବେ ବୁଧବାର  ମହାକାଳପଡା ନିର୍ବାଚନମଣ୍ଡଳୀ ମାର୍ଶାଘାଇ ତହସିଲ ସମ୍ମୁଖ ପୁରୁଷୋତ୍ତମପୁର ଗ୍ରାମରେ ନିର୍ମିତ ପାଣିଟାଙ୍କିକୁ ସାଂସଦ ଉଦଘାଟନ କରିବା ପୂର୍ବରୁ ହାଇଜାକ୍ କରିନେଇଛି ବିଜେଡି।

ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା ସିତାଲତା ପରିଡା, ଉପାଧ୍ୟକ୍ଷା ମମତା ପ୍ରଧାନ, ଜିଲ୍ଲା ପରିଷଦ ସବ୍ୟ ସୁନାକର ଗାହାଣ ସ୍ଥାନୀୟ ସରପଞ୍ଚ  ସରିତା ପ୍ରଧାନ ଓ ସମିତି ସଭ୍ୟ ନିଗମପ୍ରସାଦ ରଥଙ୍କ ନାମ ଲେଖା ଥିବା ଫଳକ ଲଗାଇ ବିଜେଡି କର୍ମୀମାନେ ଏହାକୁ ଉଦଘାଟନ କରିଛନ୍ତି।

ସାସଂଦ ବିଜେଡିରୁ ନିଲମ୍ବିତ ହୋଇଥିବାରୁ ଏହି ପାଣିଟାଙ୍କି ଉଦ୍‌ଘାଟନ କରିବାର ନୈତିକତା ନାହିଁ ବୋଲି ଅଧ୍ୟକ୍ଷା କହିଛନ୍ତି। ସେହିପରି ଫଳକରେ ଲେଖାଥିବା ମାର୍ଶାଘାଇ ସମିତି ନିଗମପ୍ରସାଦ ରଥ ଉଦ୍ଘାଟନରୁ ନିଜକୁ ଦୂରେଇ ନେଇଛନ୍ତି।

ସେ କହିଛନ୍ତି ଯେ, ଏହା ଅଶୋଭନୀୟ କାର୍ଯ୍ୟ।  ଉଦ୍‌ଘାଟନ ସଂପର୍କରେ ସେ ଜାଣି ନାହାନ୍ତି। ସେ ଏହାକୁ ଦୃଢ ନିନ୍ଦା କରିଛନ୍ତି।

ଏହି ଘଟଣା ପରେ ଆଜି ତୃତୀୟ ମହାଲାକୁ ଟାଗେର୍ଟ କରିଛନ୍ତି ବୈଜୟନ୍ତ। ଟୁଇଟ୍ କରି ସେ କହିଛନ୍ତି ଯେ, ପାଣ୍ଡିଆନ ଦଳକୁ କେତେ ତଳକୁ ନେଇ ଗଲେଣି? ପୂର୍ବରୁ ପ୍ରକଳ୍ପକୁ ଦଳୀୟ କର୍ମୀଙ୍କ ଦ୍ୱାରା ବିରୋଧ କରାଯାଉଥିଲା। ଏବେ ଏହାକୁ ଉଦଘାଟନ କରାଗଲାଣି।

ଏହାକୁ ନେଇ ସାସଂଦଙ୍କ ସମର୍ଥକ ତଥା ବିଜେଡିର ପୂର୍ବତନ ସଂଖ୍ୟାଲଘୁ ସେଲ ସଭାପତି ସଲିମ୍ ଖାଁ ପ୍ରେସ୍ ବିବୃତିରେ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ, ତୃତୀୟ ମହଲା ସ୍ଥାନୀୟ ବିଜେଡି ନେତାଙ୍କୁ ଧରି ଶସ୍ତା ରାଜନୀତି କରୁଛନ୍ତି। ଅନ୍ୟର କାମରୁ ଶ୍ରେୟ ନେବାକୁ ଜବରଦସ୍ତ ଚେଷ୍ଟା କରାଯାଉଛି।

Comment