ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ସ୍ୟାଟର୍ଣ୍ଣ-୫’ ରକେଟକୁ ମାତ୍‌ ଦେଇ ‘ଫାଲକନ ହେଭି’ ହେଲା ବିଶ୍ଵର ସବୁଠୁ ଶକ୍ତିଶାଳୀ ରକେଟ୍‌

ମହାକାଶ ଗବେଷଣା କ୍ଷେତ୍ରରେ ଆମେରିକା ଆଉ ଏକ କୀର୍ତ୍ତିମାନ ହାସଲ କରିଛି। ପ୍ରଥମଥର ପାଇଁ ଏକ କାରକୁ ମଧ୍ୟ ରକେଟ୍‌ ସହ ଉତକ୍ଷେପଣ କରାଯାଇଛି।

ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ଫାଲକନ ହେଭି’ ଆମେରିକାର ଏକ ଘରୋଇ କମ୍ପାନୀ ‘ସ୍ପେଶ୍ ଏକ୍ସ’ ପକ୍ଷରୁ ସଫଳ ଉତ୍‌କ୍ଷେପଣ କରାଯାଇଛି।

ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି। ଏହି ରକେଟ୍‌ର ଓଜନ ଦୁଇଟି ସ୍ପେଶ୍ ଶଟରର ଓଜନ ସହ ସମାନ୍‌। ଏହାର ଓଜନ ପାଖାପାଖି ୬୩.୮ ଟନ୍ ଓ ଲମ୍ବ ୨୩୦ ଫୁଟ୍‌ ରହିଛି। ରକେଟ୍‌ରେ ୨୭ଟି ଶକ୍ତିଶାଳୀ ଇଞ୍ଜିନ ରହିଛି। ଏହା ମଙ୍ଗଳଗ୍ରହ ପର୍ଯ୍ୟନ୍ତ ଯିବ।

ଭାରତୀୟ ସମୟ ଅନୁସାରେ ବୁଧବାର ରାତି ୨ଟା ବାଜି ୨୫ ମିନିଟ୍‌ରେ ଲଞ୍ଚ୍ କରାଯାଇଛି। ଏହା ପୂର୍ବରୁ ‘ସ୍ୟାଟର୍ଣ୍ଣ-୫’ ଥିଲା ସବୁଠୁ ଶକ୍ତିଶାଳୀ ରକେଟ୍‌। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରଥମଥର ପାଇଁ ଏକ କାରକୁ ରକେଟ୍‌ରେ ଉତ୍‌କ୍ଷେପଣ କରାଯାଇଛି।

Comment