ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ପାଣିଟାଙ୍କି  ଉଦ୍‌ଘାଟନକୁ ନେଇ କିଛିଦିନ ହେବ ବିଜେଡି ଓ କେନ୍ଦ୍ରାପଡ଼ା ସାସଂଦଙ୍କ ମଧ୍ୟରେ ବିବାଦ ଲାଗିରହିଛି। ବିଜେଡି କର୍ମୀ ସାସଂଦଙ୍କୁ ବିରୋଧ କରୁଥିବା ବେଳେ ମାର୍ଶାଘାଇରେ ସାସଂଦଙ୍କ ପାଣିଟାଙ୍କିକୁ ବିଜେଡି କର୍ମୀମାନେ ଜବରଦସ୍ତ  ଉଦ୍‌ଘାଟନ କରିଥିଲେ।

ତେବେ ବିରୋଧକୁ ଖାତିର ନକରି  ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କ ଅନୁଦାନ ପାଣ୍ଠିରୁ ନିର୍ମିତ ଆଉ ଏକ ପାଣି ଟାଙ୍କିକୁ ସୋମବାର ଉଦ୍‌ଘାଟନ କରିଛନ୍ତି। ରାଜକନିକା ବ୍ଲକ ନମତରା ଗ୍ରାମରେ ସାଂସଦ ସୋମବାର ପୂର୍ବାହ୍ନ ୧୧ଟାରେ ପହଞ୍ଚି ଏହି ଓଭର ହେଡ୍ ପାଣିଟାଙ୍କିକୁ ଉଦ୍‌ଘାଟନ କରିଛନ୍ତି। ସାଂସଦଙ୍କ ପାଣ୍ଠିରୁ ନିର୍ମିତ ଏହି ପାଣିଟାଙ୍କି ୧୪ ନମ୍ବର ବୋଲି କୁହାଯାଉଛି।

ମାର୍ଶାଘାଇ ପାଣିଟାଙ୍କିକୁ ବିଜେଡି ନେତା ଓ କର୍ମୀ ହାଇଜାକ୍ କରି ଉଦ୍‌ଘାଟନ କରିବା ପରେ ବୈଜୟନ୍ତ ଟ୍ୱିଟ୍ କରି କଡ଼ା ପ୍ରତିକ୍ରୟା ରଖଥିଲେ। ବିଜେଡି କେତେ ତଳକୁ ଗଲାଣି ବୋଲି ପ୍ରଶ୍ନ କରିଥିଲେ ସାଂସଦ। ସୋମବାର କିନ୍ତୁ ବୈଜୟନ୍ତଙ୍କୁ ବିରୋଧ କରିବାକୁ ବିଜେଡି ଉଚିତ୍ ମଣିନାହିଁ। ସାଂସଦଙ୍କ ବିରୋଧରେ ନବୀନ ନିବାସକୁ ଫେରାଦ ହେବାକୁ ଯାଇଥିବା ଅନେକ ପଞ୍ଚାୟତ ସ୍ତରୀୟ  ବିଜେଡି ନେତାଙ୍କୁ ଉଦ୍‌ଘାଟନ ସ୍ଥଳରେ ଦେଖିବାକୁ ମିଳିଛି।

Comment