ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍‌ ପାଣ୍ଡିଆନଙ୍କ ଘର ଉପରକୁ ବିଜେପି କର୍ମୀ ଗୋବର ମାଡ଼ ଘଟଣାରେ ଏବେ ରାଜନୀତି ଜୋର ଧରିଛି।

ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଯୁବ ବିଜେଡି ପକ୍ଷରୁ ସ୍ଥାନୀୟ ତିନିମୁହାଣିଠାରେ ବରୋଧ କରି ବିକ୍ଷୋଭ ପଦର୍ଶନ କରାଯାଇଛି। ସେମାନେ କେନ୍ଦ୍ରାପଡ଼ା ସାସଂଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାସହ ବୈଜୟନ୍ତ ଓ ଧର୍ମେନ୍ଦ୍ରଙ୍କ  କୁଶପୁତ୍ତଳିକା ଦାହ କରିଛି ଯୁବ ବିଜେଡି। ଅପରପକ୍ଷରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସଭାପତିଙ୍କୁ ଆଜିର ବିକ୍ଷୋଭ ପରେ ବିଭିନ୍ନ ଆଡୁ କଡା ସମାଲୋଚନାର ଶିକାର ହେବାକୁ ପଡିଛି।

ଦୁଇ ଦିନ ତଳେ ପାଣ୍ଡିଆନଙ୍କ ଭାବସଭବନକୁ ବିଜେପି କର୍ମୀ ଦଳୀୟ ପତାକା ଧରି ଧସେଇ ପଶିଥିଲେ। ଭଙ୍ଗାରୁଜା କରିବା ସହ ଗେଟ୍‌କୁ ଗୋବର ମାଡ଼ କରିଥିଲେ। ଏହାକୁ ନେଇ ବିଜେପି-ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା।

Comment