ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ ଘଟଣାରେ କମିଶନରେଟ ପୋଲିସ ମଙ୍ଗଳବାର ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ସଂଖ୍ୟା ୫ରେ ପହଞ୍ଚିଛି।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ବାସଭବନକୁ ଗୋବର ମାଡ଼ ଘଟଣାରେ କମିଶନରେଟ୍ ପୋଲିସ ମଙ୍ଗଳବାର ଆଉ ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଉଛନ୍ତି ବଳିଆ। ତାଙ୍କୁ ଖଣ୍ଡଗିରି ଅଞ୍ଚଳରୁ ଗିରଫ କରାଯାଇଛି। ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି।

ଫେବୃଆରି ୧୦ ତାରିଖରେ ବିଜେପି ଯୁବମୋର୍ଚ୍ଚା ପାଣ୍ଡିଆନଙ୍କ ସରକାରୀ ବାସଭବନରେ ଧସେଇ ପଶିଥିଲେ। ଫୁଲକୁଣ୍ଡ ଭାଙ୍ଗିବା ସହ ଗେଟ୍‌କୁ ଗୋବର ମାଡ଼ କରିଥିଲେ। ସୁରକ୍ଷା କର୍ମୀଙ୍କ ସହ ଧସ୍ତିଧସ୍ତି କରିଥିଲେ। ଏହି ଘଟଣା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲା।

ବିଜେପି-ବିଜେଡି କଥା କଟାକଟି ହୋଇଥିବା ବେଳେ ଆଇଏଏସ୍, ଓଏଏସ୍‌ ଏବଂ ଅଣଗେଜେଟେଡ ସମନ୍ବୟ କର୍ମଚାରୀ ସଂଘ ନିନ୍ଦା କରିଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହୋଇଥିଲା ସଂଘ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

LEAVE A REPLY

Please enter your comment!
Please enter your name here