ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପମେଣ୍ଟ, ୱେବ୍ ଏବଂ ସଫ୍ଟୱେର ସଲ୍ୟୁସନ କମ୍ପାନି ଗ୍ଲୋବାଲ ଟେକ୍ ପ୍ରମୋଟରସ୍ (ଜିଟିପି)ର ନୂଆ କାର୍ଯ୍ୟାଳୟ ଭୁ୍ବନେଶ୍ୱର ଇନ୍‌ଫୋସିସ୍ ରୋଡ୍ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହାକୁ ଉଦଘାଟନ କରିଥିଲେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ।

ବିଧାୟକ ପ୍ରିୟଦର୍ଶି ମିଶ୍ର, ଟ୍ରାଇଡେଣ୍ଟ ଗ୍ରୁପ୍ ଅଫ ଇନିଷ୍ଟିଚ୍ୟୁସନର ଉପ ନିର୍ଦ୍ଦେଶକ ଡକ୍ଟର ଆର.ଏନ୍.ଶତପଥୀ, ସୁୟୋଗ କମ୍ପ୍ୟୁଟେକ୍ ପ୍ରା.ଲି.ର ପରିଚାଳନା ନିର୍ଦ୍ଦେଶକ ମନୋରଞ୍ଜନ ମହାପାତ୍ର, ସେସ୍କୋ ଏଏସସି ଏବଂ ଆଇଟିସି ଇଣ୍ଡିଆର ମୁଖ୍ୟ ଶୁଭଜିତ୍ ଜଗଦେବ୍, ଓଡ଼ିଶା ଇକୋନୋମିକ୍ ଫୋରମ ସଭାପତି ଡକ୍ଟର ବିଶ୍ୱଦେବ ଦାଶ ଏବଂ ଗ୍ଲୋବାଲ୍ ଟେକ ପ୍ରତିଷ୍ଠାତା ଦୀପକ କୁମାର ନାଥ ଉପସ୍ଥିତ ଥିଲେ। ଶ୍ରୀନାଥ ସଭାପତିତ୍ୱ କରିଥିଲେ।

Comment