ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ତନାଘନା କରୁଛି ଇଡି। ସାରା ଦେଶରେ ଇଡି ଅଧିକାରୀ ଖୋଳତାଡ଼ କରୁଥିବା ବେଳେ ମଙ୍ଗଳବାର ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ବରର ୫ଟି ଗହଣା ସୋରୁମ୍‌ରେ ଇଡି ରେଡ୍ କରିଛି।

ଗୀତାଞ୍ଜଳି ଜୁଏଲର୍ସ ବ୍ରାଣ୍ଡ ବିକ୍ରି କରୁଥିବା ଅଳଙ୍କାର ସୋରୁମ୍‌ରେ ଏହି ରେଡ୍ କରାଯାଇଛି। ଇଡି ଅଧିକାରୀ ସୋରୁମ୍‌ର ସମସ୍ତ କାଗଜପତ୍ର ଯାଞ୍ଚ କରିବା ସହ ନିରବଙ୍କ ସହ ଲିଙ୍କ୍ ନେଇ ଛାନଭିନ କରିଛନ୍ତି।

କେଉଁଠୁ ଅଳଙ୍କାର କିଣା ଯାଇଛି? କେତେ ଟଙ୍କା ଦେଇଛନ୍ତି? ବିଲ୍ ହୋଇଛି କି ନାହିଁ? ଏସବୁ କାରଣ ଖୋଜୁଛନ୍ତି ଇଡି ଅଧିକାରୀ।

ଭାରତୀୟ ବଜାରରେ ନିରବ ମୋଦି ବ୍ରାଣ୍ଡ ବିକ୍ରି ହେଉନାହିଁ। ଗୀତାଞ୍ଜଳି ବ୍ରାଣ୍ଡର ହୀରା ଅଳଙ୍କାର ବିକ୍ରି ହେଉଛି। ଗୀତାଞ୍ଜଳି ହୀରା ଅଳଙ୍କାର ବ୍ରାଣ୍ଡ ମଧ୍ୟରେ ରହିଛି ନକ୍ଷତ୍ର, ଡିଡମାସ୍, ଜିଲି, ଅସମି, ସଙ୍ଗିନୀ, ମାୟା, ଜିଆଣ୍ଟି, ୱାର୍ଲଡ ଅଫ୍ ସଲିଟାୟାର ଏବଂ ସୁଦ୍ଧି।

Comment