ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଆଗୁଆ
  • ରିତା ସାହୁ ୫,୭୬୬ ଭୋଟରେ ଆଗୁଆ
  • ବିଜେଡି-ବିଜେପି ଭିତରେ ଚାଲିଛି ଟକ୍କର

ଚାଲିଛି ବିଜେପୁର ଭୋଟ ଗଣତି। ପଦ୍ମପୁର କଲେଜ ପରିସରରେ ବ୍ୟାପକ କଡ଼ା ସୁରକ୍ଷା ବଳୟ ଭିତରେ ଭୋଟ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ମୋଟ ୨୧ ରାଉଣ୍ଡ ଭୋଟ ଗଣତି ହେବ।

ସାଢ଼େ ୯ଟା ସୁଦ୍ଧା ଦ୍ୱିତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୫ ହଜାର ୭୬୬ ଭୋଟରେ ଆଗୁଆ ଅଛନ୍ତି।

୨ୟ ରାଉଣ୍ଡ ସୁଦ୍ଧା ରିତା ସାହୁ ୧୧ ହଜାର ୬୭୬ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୫ ହଜାର ୯୧୦ ଭୋଟ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୬୮୩ ଭୋଟ ପାଇଛନ୍ତି।

ବିଜେପୁର ଉପ-ନିର୍ବାଚନରେ ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଏମାନଙ୍କ ଭିତରୁ ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି।

୧୪ଟି ଟେବୁଲରେ ଭୋଟ ଗଣତି ଚାଲିଛି। ଗୋଟିଏ ଟେବୁଲରେ ଜଣେ ଲେଖାଏଁ ପର୍ଯ୍ୟବେକ୍ଷକ, ରିଟର୍ଣ୍ଣିଂ ଅଫିସର ଏବଂ ସହଯୋଗୀ ରହିଛନ୍ତି। ଗୋଟିଏ ରାଉଣ୍ଡରେ ୧୪ଟି ବୁଥ୍‌ର ଭୋଟ ଗଣତି ଚାଲିଛି। ଗୋଟିଏ ରାଉଣ୍ଡ ଭୋଟ ଗଣତି ପାଇଁ ୧୫ ମିନିଟ୍ ସମୟ ଲାଗିବ।

Comment