ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟାୟକ୍ରମେ ଆସୁଛି ବିଜେପୁର ଜନାଦେଶ। ଦିନ ୧୧ଟା ସୁଦ୍ଧା ୭ମ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୧୫ ହଜାର ୦୭୫ ଭୋଟରେ ପଛୁଆ ରହିଛନ୍ତି।

ବିଜେଡି ପ୍ରାର୍ଥୀ ରିତା ସାହୁ ୩୮ ହଜାର ୮୧୪ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୨୩ ହଜାର ୭୩୯ ଭୋଟ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ୨୦୮୩ ଭୋଟ ପାଇଛନ୍ତି।

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ରିତା ସାହୁ ଆଗରେ ରହିଛନ୍ତି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ରିତା ୧୨ ହଜାର ୭୯୮ଭୋଟରେ ଆଗୁଆ ରହିଥିଲେ।

ବିଜେଡି ୩୩ ହଜାର ୩୩୭ ଭୋଟ ପାଇଥିବା ବେଳେ ବିଜେପି ୨୦ ହଜାର ୫୭୯ ଭୋଟ ପାଇଛି। କଂଗ୍ରେସ ୧୮୭୭ ଭୋଟ ପାଇଥିଲେ।

ବିଜେପୁର ଉପ-ନିର୍ବାଚନରେ ମୋଟ ୧୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ। ଏମାନଙ୍କ ଭିତରୁ ବିଜେପି-ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ଚାଲିଛି।

Comment