ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ଏବଂ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ। କଟକ ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେବା ପରେ ସଦର ପୋଲିସ ଏହି ଦୁଇ ଜଣଙ୍କୁ ମଙ୍ଗଳବାରଠାରୁ ରିମାଣ୍ଡରେ ନେଇଛି।

ଠିକାଦାର ବିଜୟ ପାଲଙ୍କ ଉପରକୁ ହୋଇଥିବା ଗୁଳିମାଡ଼ ଘଟଣାରେ ଉଭୟ ସୁଶାନ୍ତ ଏବଂ ରଞ୍ଜିତାଙ୍କର ସମ୍ପର୍କ ରହିଛି। ଏହି ଗୁଳି ମାଡ଼ ସମ୍ପର୍କରେ ପୋଲିସ ପଚରା ଉଚରା କରିବ।

ମାର୍ଚ୍ଚ ୭ରେ କମିଶନରେଟ୍ ପୋଲିସ ସିଏମ୍‌ସି ୭ ନମ୍ବର ଓ୍ବାର୍ଡ କର୍ପୋରେଟର ରଞ୍ଜିତା ବିଶ୍ବାଳଙ୍କୁ ଗିରଫ କରିଥିଲା।

ସୁଶାନ୍ତ ଏବଂ ସୁଶିଲ ଧଳସାମନ୍ତ ଜେଲରେ ରହି ଚାରି ଜଣଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ବିଶେଷକରି ଠିକାଦାର ଏବଂ ତାଙ୍କ ଗ୍ୟାଙ୍ଗର ପୂର୍ବତନ ସଦସ୍ୟଙ୍କୁ ଟାର୍ଗେଟ କରାଯାଇଥିଲା।

ଧଳ ସାମନ୍ତଙ୍କ ଷଡ଼ଯନ୍ତ୍ରରେ ରଞ୍ଜିତା ସାମିଲ ହୋଇଥିଲେ। ମୃତ୍ୟୁଞ୍ଜୟ ନାୟକ ଓରଫ୍ ମୁକୁଙ୍କୁ ରଞ୍ଜିତା ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଥିବା ଅଭିଯୋଗ ହୋଇଥିଲା। ମୁକୁଙ୍କୁ ମାର୍ଚ୍ଚ ୪ରେ ପୋଲିସ ଗିରଫ କରିଛି।

ରଞ୍ଜିତା ଗିରଫ ହେବା ପରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି।

Comment