ଓଡ଼ିଶାଲାଇଭ୍ ବ୍ୟୁରୋ


ଲୋକପ୍ରିୟ ବଙ୍ଗଳା କବି ଜୀବନାନନ୍ଦ ଦାସଙ୍କ କବିତା ‘ଆବାର୍ ଆସିବୋ ଫିରେ’ ଶୁଣନ୍ତୁ ସୁବ୍ରତ ବାଗଚିଙ୍କ ମୁହଁରୁ। ଏହି ପ୍ରସିଦ୍ଧ କବିତାର ଓଡ଼ିଆ ରୂପାନ୍ତର ନିଜେ ସୁବ୍ରତ ବାଗଚି କରିଛନ୍ତି। କିଛିଦିନ ତଳେ ଧଉଳି ପାଦ ଦେଶରେ ଆୟୋଜିତ ଧଉଳି-କଳିଙ୍ଗ ମହୋତ୍ସବର ଶେଷ ସନ୍ଧ୍ୟାରେ ବାଗଚି ଏହି କବିତାଟି ନିଜେ ଆବୃତି କରି ଶୁଣାଇଥିଲେ।

ଧଉଳି-କଳିଙ୍ଗ ମହୋତ୍ସବ ଏକ ପ୍ରସିଦ୍ଧ ବାର୍ଷିକ କଳା ଅନୁଷ୍ଠାନ ଭାବେ ୧୪ବର୍ଷ ଧରି ଆୟୋଜିତ ହୋଇଆସୁଛି। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଏବଂ ଆର୍ଟ ଭିଜନ ମିଳିତ ସଂଯୋଜନାରେ ପ୍ରସିଦ୍ଧ ଧଉଳି ଶାନ୍ତିସ୍ତୂପ ପାଦଦେଶରେ ଏହା ଆୟୋଜିତ ହେଉଛି।

ଧଉଳି-କଳିଙ୍ଗ ମହୋତ୍ସବର ଭିନ୍ନତା ହେଉଛି ଯେ ଏଠାରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ସହିତ ସମରକଳା ଏବଂ ଲୋକକଳା ପ୍ରଦର୍ଶିତ ହୋଇଥାଏ। ତେବେ ଚଳିତବର୍ଷ ମହୋତ୍ସବରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ‘ନଦୀ’ ଉପରେ ଆଧାରିତ ୨୦୧୮ ଉତ୍ସବର ପ୍ରତିଦିନ ସନ୍ଧ୍ୟାରେ ଗୋଟିଏ ଲେଖାଁଏ ପ୍ରସିଦ୍ଧ କବିତା ଉପସ୍ଥାପନ କରାଯାଇଥିଲା।

ଧଉଳି-କଳିଙ୍ଗ ମହୋତ୍ସବର ଦେବଦାସ ଛୋଟରାୟ, ପାରମିତା ମହାପାତ୍ର ଏବଂ ସୁବ୍ରତ ବାଗଚି ନଦୀ ଉପରେ ଭିନ୍ନ ଭିନ୍ନ କବିଙ୍କ ପ୍ରସିଦ୍ଧ କବିତା ପାଠ କରିଥିଲେ।

ଧଉଳି-କଳିଙ୍ଗ ମହୋତ୍ସବରେ ଚଳିତବର୍ଷ ‘ନଦୀ’କୁ ବିଷୟବସ୍ତୁ ହିସାବରେ ନିଆଯିବା ଏବଂ ପ୍ରତିଦିନ ସନ୍ଧ୍ୟାରେ କବିତାକୁ ସ୍ଥାନ ଦିଆଯିବା ଏକ ନୂଆଢାଞ୍ଚା ଥିଲା। ଏସମ୍ପର୍କରେ ଓଡ଼ିଶା ଡ୍ୟାନ୍ସ ଏକାଡେମୀର ମୁଖ୍ୟ ତଥା ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ, “ନଦୀ ହେଉଛି ଆମ ସଭ୍ୟତାର ଏକ ମୁଖ୍ୟ ଉତ୍ସ। ଏହା ସବୁସମୟରେ ସାହିତ୍ୟ ବିଶେଷକରି କବିମାନଙ୍କୁ ପ୍ରେରଣା ଯୋଗାଇ ଆସିଛି। ସାହିତ୍ୟ ହେଉଛି ଆମ କଳା ଓ ସଂସ୍କୃତିର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ।  ତେଣୁ ଚଳିତବର୍ଷ ‘ନଦୀ’ ଓ ‘କବିତା’ ଉଭୟକୁ ମଞ୍ଚରେ ଉପସ୍ଥାପନ କରି ଆମେ ଦର୍ଶକମାନଙ୍କୁ ଆମ ସଂସ୍କୃତିର ମୂଳ ଧାରା ସହିତ ଯୋଡ଼ିବାକୁ ଚେଷ୍ଟା କରିଛୁ”।

ଗାର୍ଗୀ ଭଟ୍ଟାଚାର୍ଯ୍ୟଙ୍କ ନଦୀ କବିତା ପଢ଼ି ଶୁଣାଇଲେ ପାରମିତା ମହାପାତ୍ର: https://odisha.live/2018/03/21/ଗାର୍ଗୀ-ଭଟ୍ଟାଚାର୍ଯ୍ୟଙ୍କ-ନ/

ଧଉଳି-କଳିଙ୍ଗ ମଞ୍ଚରେ ଦେବଦାସ ଛୋଟରାୟ ଶୁଣାଇଲେ ‘ଦ ଅରିଜିନ୍ ଅଫ୍ ଦ ରିଭର୍’: https://odisha.live/2018/03/21/ଧଉଳି-କଳିଙ୍ଗ-ମଞ୍ଚରେ-ଦେବଦା/

Comment