ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜସ୍ଥାନର ପୋଖରନରୁ ବିଶ୍ଵର ଦ୍ରୁତତମ ଆଣ୍ଟି ସିପ୍ ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି।

ସଫଳତାର ସହ ପରୀକ୍ଷଣ ହୋଇଛି ବିଶ୍ଵର ଦ୍ରୁତତମ ଆଣ୍ଟି ସିପ୍ ସୁପରସୋନିକ୍ କ୍ରୁସ ମିସାଇଲ ବ୍ରହ୍ମୋସ। ରାଜସ୍ଥାନର ପୋଖରନରୁ ବ୍ରହ୍ମୋସର ସଫଳ ପରୀକ୍ଷଣ ହୋଇଛି।

ଭାରତ ଏବଂ ଋ଼ଷ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ବ୍ରହ୍ମୋସ। ଭାରତୀୟ ବାୟୁ ସେନାର ଶକ୍ତିଶାଳୀ ଯୁଦ୍ଧ ବିମାନ ସୁଖୋଇରେ ବ୍ରହ୍ମୋସକୁ ଉତକ୍ଷେପଣ କିମ୍ବା ଲକ୍ଷଭେଦ କରାଯାଇ ପାରିବ। ୨୦୦୬ରେ ବ୍ରହ୍ମୋସ ଭାରତୀୟ ସେନାରେ ସାମିଲ ହୋଇଥିଲା।

ଭାରତର ବ୍ରହ୍ମପୁତ୍ର ଓ ଋଷ୍‌ର ମସ୍କବା ନଦୀ ଉପରେ ବ୍ରହ୍ମୋସର ନାମ ରଖାଯାଇଛି ବ୍ରହ୍ମୋସ ୩୭୦୦କିଲୋମିଟର ପ୍ରତି ଘଣ୍ଟା ବେଗରେ ଯାଏ। ୨୯୦ କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତାରୁ ଶତ୍ରୁକୁ ଆକ୍ରମଣ କରିପାରିବ।

୧୫ ଶହ କିଲୋମିଟର ଯାଏ ଲକ୍ଷ୍ୟଭେଦ କରିପାରିବ କ୍ଷେପଣାସ୍ତ୍ର ବ୍ରହ୍ମୋସ। ଡିଆରଡିଓ ଟିମର ଏହି ସଫଳତା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନ ଜଣାଇଛନ୍ତି।

 

Comment