ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାର ବିରୋଧୀଙ୍କ ହୋହଲ୍ଲା। ଶୂନ୍ୟକାଳରେ ଉଠିଛି ଟମାଟୋ ଅଭାବୀ ବିକ୍ରି ପ୍ରସଙ୍ଗ। ଫଳରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି।

ଟମାଟୋର ଅଭାବି ବିକ୍ରିକୁ ନେଇ ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ଫଳରେ ବାଚସ୍ପତି ପ୍ରଦୀପ ଅମାତ ଗୃହକୁ ପ୍ରଥମେ ସାଢ଼େ ୧୧ଟା ଓ ପରେ ଅପରାହ୍ନ ୩ଟା ଯାଏଁ ମୁଳତବି ଘୋଷଣା କରିଛନ୍ତି।

ଆଜି ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକମାନେ ଟମାଟୋ ଅଭାବି ବିକ୍ରି ପ୍ରସଙ୍ଗ ଉଠାଇଥିଲେ। କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଫଳରେ ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିପାରିନଥିଲା। ବାଚସ୍ପତି ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ।

ଏହାପରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେପି ବିଧାୟକ ହଟ୍ଟଗୋଳ କରିବାକୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

“ଚାଷୀଙ୍କ ସମସ୍ୟାକୁ ଭୁଲି ଯାଉଛନ୍ତି ସରକାର। କୃଷି କର୍ମଣ ପୁରସ୍କାର ଦେଖାଇ ସମସ୍ୟା ଧାୟନ ଦେଉନାହାନ୍ତି । ଗୃହକୁ ମୁଲତବି କରି ସର୍ବଦଳୀୟ ବୈଠକ ଡାକନ୍ତୁ”, କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍।

“ଆମେ ବି ସର୍ବଦଳୀୟ ବୈଠକ ଦାବି କରୁଛିୁ। ରାଜ୍ୟରେ ୪୨ଟି ଶୀତଳଭଣ୍ଡାର ଥିବା କଥା କହୁଛନ୍ତି ମନ୍ତ୍ରୀ। କିନ୍ତୁ ତା’ର ସଠିକ୍ କାର୍ଯ୍ୟକାରୀ ହେଉ ନାହିଁ। ଅଭାବୀ ବିକ୍ରୀ ସମୟରେ ଶୀତଳଭଣ୍ଡାରର ବ୍ୟବହାର ହେଉ। ଫଳରେ ଚାଷୀ ତାର ମୂଲ୍ୟ ପାଇବ” କହିଛନ୍ତି ବିଜେପି ବିଧାୟକ ଦଳ ନେତା କେ ଭି ସିଂହଦେଓ।

“ଶୂନ୍ୟକାଳରେ ଏଭଳି ପ୍ରସଙ୍ଗ ଉଠାଇ ଗୃହ ଅଚଳ କରିବା ଆଦୌ ଗ୍ରହଣୀୟ ନୁହେଁ। ଗୃହ କାର୍ଯ୍ୟ ସ୍ଵାଭାବିକ ଭାବେ ଚାଲିଲେ ଏବିଷୟରେ ଆଲୋଚନା କରାଯିବ’, କହିଛନ୍ତି ବିଜେଡି ବିଧାୟକ ସଞ୍ଜୟ ଦାସ ବର୍ମା।

Comment