ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ଅଡ଼ୁଆରେ ପଡ଼ିଛନ୍ତି ପପୁ ପମ୍‌ ପମ୍‌। କାଷ୍ଟିଂକାଉଚ୍ ଅଭିଯୋଗ ଥଣ୍ଡା ନପଡ଼ୁଣୁ ପପୁଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଣିଛନ୍ତି ଜଣେ ମହିଳା ଆଇନଜୀବୀ। କଟକ ସଦର ଥାନାରେ ଆଇନଜୀବୀ ପପୁଙ୍କ ନାଁରେ ଅଭିଯୋଗ କରିଛନ୍ତି। ପପୁ ତାଙ୍କୁ ଏକ ହୋଟେଲରେ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା, ଅସଦାଚରଣ କରିବା ଏବଂ ହତ୍ୟା ଧମକ ଦେଇଥିବା ଆଇନଜୀବୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ପପୁ କିନ୍ତୁ ଏହି ଅଭିଯୋଗକୁ କଣ୍ଡନ କରିଛନ୍ତି। ସେ କହିଛନ୍ତି, “ତାଙ୍କ ନାଁରେ ଆସିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ମୋତେ ବଦନାମ କରିବାକୁ ଏପରି ଅଭିଯୋଗ କରାଯାଇଛି। ଆଇନଜୀବୀ ଜଣକ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ। ମୁଁ ଯେଉଁ ହୋଟେଲରେ ତାଙ୍କୁ ଅସଦାଚରଣ କରିଛି ବୋଲି ସେ ଅଭିଯୋଗ କରିଛନ୍ତି ହୋଟେଲର ସିସିଟିଭି ଫୁଟେଜ ଯାଞ୍ଚ ହେଉ।”

ପପୁ ଆହୁରି କହିଛନ୍ତି ଯେ ମୁଁ ସେ ମହିଳାଙ୍କୁ ଦେଖିନାହିଁ। ସେ ମିଛ ଅଭିଯୋଗ ଆଣୁ ଥିବାରୁ ମୁଁ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବି।

ଗତବର୍ଷ ପପୁ କାଷ୍ଟିଂକାଉଚ୍ ଅଭିଯୋଗରେ ଗିରଫ ହୋଇଥିଲେ। ପରେ ସେ ଜାମିନରେ ଜେଲରୁ ବାହାରିଥିଲେ।

Comment