ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ସିବିଏସଇ କର୍ତ୍ତୃପକ୍ଷ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ୧୦ ଶ୍ରେଣୀ ଗଣିତ ପରୀକ୍ଷା ପୁଣି ଥରେ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦ୍ଵାରା ପରିଚାଳିତ ୧୦ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ଵସ୍ତିକର ଖବର। ପିଲାଙ୍କ ସ୍ୱାର୍ଥ ଦୃଷ୍ଟିରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଗଣିତ ପରୀକ୍ଷା ପୁଣି ଥରେ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ ।

ପୂର୍ବରୁ ସିବିଏସଇ ୧୦ମର ଗଣିତ ଓ ଦ୍ଵାଦଶ ଶ୍ରେଣୀ ଅର୍ଥନୀତି ପେପର୍ ଲିକ୍ ହେବା କାରଣରୁ ପରୀକ୍ଷାକୁ ରଦ୍ଦ ଘୋଷଣା କରାଯାଇଥିଲା।

ଦ୍ଵାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ୨୫ ଏପ୍ରିଲରେ ପୁଣି ଥରେ ହେବ ବୋଲି ଘୋଷଣା କରାଯାଇଛି।

ସିବିଏସଇ ୧୦ମ ଶ୍ରେଣୀର ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ମାମଲା କେବଳ ଦେଶର ଦୁଇଟି ସ୍ଥାନ ଦିଲ୍ଲୀ ଏନସିଆର ଓ ହରିଆନାରୁ ଛଡ଼ା ଆଉ କୌଣସି ସ୍ଥାନରୁ ଆସିନଥିବାରୁ ଏହି ପରୀକ୍ଷା ଦ୍ଵିତୀୟଥର କରାଯିବ ନାହିଁ ବୋଲି ସିବିଏସ କର୍ତ୍ତୃପକ୍ଷ କହିଛନ୍ତି।

ଗତ ମାର୍ଚ୍ଚ ମାସ ୨୮ ତାରିଖରେ ସିବିଏସଇ ୧୦ମ ଶ୍ରେଣୀ ଗଣିତ ପରୀକ୍ଷା ହୋଇଥିଲା। ତେବେ ଏହି ଗଣିତ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା।

ସିବିଏସି ପ୍ରଶ୍ନପତ୍ର ଭାଇରାଲ୍ ହେବା ଘଟଣା ସାରା ଦେଶରେ ଚହଳ ପକାଇଥିଲା। ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲେ।

Comment