ଓଡ଼ିଶାଲାଇଭ ବ୍ୟୁରୋ

ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ଏଏସ୍‌ଆଇ ୭ ଦିନ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗୁରୁବାର ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କୀତ ସତ୍ୟପାଠ ଦାଖଲ କରିବ।

  • ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦେବ ଏଏସ୍‌ଆଇ
  • ଗୁରୁବାର ଯାଞ୍ଚ ସମ୍ପର୍କୀତ ସତ୍ୟପାଠ ହାଇକୋର୍ଟରେ ପ୍ରଦାନ କରିବ ପ୍ରଶାସନ
  • ବୁଧବାର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ ୧୬ ଜଣିଆ ଟିମ୍

ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ବୈଠକ ପରେ ସବିଶେଷ ତଥ୍ୟ ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା।

“ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ରହିଛି। ଏଏସ୍‌ଆଇ ୭ ଦିନ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବ। ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ଗୁରୁବାର ହାଇକୋର୍ଟରେ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କୀତ ସତ୍ୟପାଠ ଦାଖଲ କରିବ”, କହିଛନ୍ତି ପ୍ରଦୀପ କୁମାର ଜେନା।

ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସେବାୟତଙ୍କ ଅଧିକାର ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହ ଜଗମୋହଦ ଭିତରକୁ ଭକ୍ତଙ୍କୁ ପ୍ରବେଶ ଅନୁମତି ମିଳିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଜଗମୋହନ ପ୍ରବେଶ ଅନୁମତି ପରେ ନାଟମଣ୍ଡପ ମରାମତି ହେବ ବୋଲି ଶ୍ରୀ ଜେନା କହିଛନ୍ତି।

୧୬ ଜଣିଆ ପ୍ରାଧିକୃତ ଟିମ୍‌ ରତ୍ନଭଣ୍ଡାରକୁ ମଧ୍ୟକୁ ପ୍ରବେଶ କରି ସ୍ଥିତି ଯାଞ୍ଚ କରିଥିଲେ। ବାହାର ରତ୍ନଭଣ୍ଡାର ଯାଞ୍ଚ କରିବା ସହ ଜଳା କବାଟି ବାଟେ ଭିତରର ଦୃଶ୍ୟ ଯାଞ୍ଚ କରିଥିଲେ। ଭିତର ଭଣ୍ଡାରର ସିମେଣ୍ଟ ଛାଡ଼ିଥିବା ସେମାନେ ଦେଖିଥିଲେ। ବାହାର ଭଣ୍ଡାରର କାନ୍ଥ ହାତ ମାରି ଯାଞ୍ଚ କରିଥିଲେ ବିଶେଷଜ୍ଞ ଟିମ୍। କାନ୍ଥ ଓଦା ହୋଇଥିବା ଜଣାପଡ଼ିଥିଲା।

୩୪ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଯାଇଥିଲା। ୩୦ ମିନିଟରୁ ଅଧିକ ସମୟ ଧରି ବାହାର ଭଣ୍ଡାର ଯାଞ୍ଚ କରିଥିଲେ ଯାଞ୍ଚକାରୀ ଟିମ୍। ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ବସିଥିଲା। ଯାଞ୍ଚ ପରେ ପରିଚାଳନା କମିଟିର ବୈଠକ ବସିଥିଲା। ଏଥିରେ ଗଜପତି ମହାରାଜାଙ୍କ ସମେତ ଯାଞ୍ଚକାରୀ ଟିମ୍‌ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Comment