ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୟାକ୍‌ ହୋଇଛି ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍। ୱେବସାଇଟ୍ ଖୋଲିଲେ ହୋମ୍‌ ପେଜ୍‌ରେ ଚୀନ ଭାଷାରେ କିଛି ଲେଖାଯାଇଥିବା ଦେଖିବାକୁ ମିଳିଛି। ଚୀନ ହ୍ୟାକରମାନେ ୱେବସାଇଟ୍ ହ୍ୟାକ୍ କରିଥିବା ସନ୍ଦେହ କରାଯାଉଛି।

ପ୍ରତିରକ୍ଷା ବିଭାଗର ୱେବସାଇଟ୍ ହ୍ୟାକ୍ ହେବା ପରେ ଗୃହ ମନ୍ତ୍ରାଳୟ ସମେତ ଅନ୍ୟ ସରକାରୀ ବିଭାଗର ୱେବସାଇଟ୍ ଧିମେଇ ଯାଇଛି। ହ୍ୟାକ୍‌ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ହେଲେ କେଉଁ ଗ୍ରୁପ୍‌ ୱେବସାଇଟ୍ ହ୍ୟାକ୍‌ କରିଛନ୍ତି ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। କିନ୍ତୁ ନ୍ୟାସନାଲ ସାଇବର ସିକ୍ୟୁରିଟି ପକ୍ଷରୁ ହ୍ୟାକ୍‌ ଘଟଣାକୁ ଖଣ୍ଡନ କରାଯାଇଛି।

ନ୍ୟାସନାଲ ସାଇବର ସିକ୍ୟୁରିଟି କୋର୍ଡିନେଟର ଗୁଲସନ ରାୟ କହିଛନ୍ତି, “ପ୍ରତିରକ୍ଷା ମନ୍ତ୍ରାଳୟର ୱେବସାଇଟ୍ ବ୍‌ସାଇଟ୍‌ ହ୍ୟାକ୍ ହୋଇନାହିଁ। ହାର୍ଡଓୟାର ଏବଂ ଡାଟା ଏନ୍‌ଆଇସି ପାଖରେ ସୁରକ୍ଷିତ ରହିଛି। ୱେବସାଇଟ୍ ଖୁବ୍‌ଶିଘ୍ର ଠିକ୍‌ଠାକ୍‌ ହୋଇଯିବ।”

Comment