ଓଡ଼ିଶାଲାଇଭ୍‌ ବ୍ୟୁରୋ

 ବଲିଉଡ କଳାକାରମାନେ ପରଦାରେ ବେଶ୍ ଧମାଲ୍ କରିଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜୀବନ ବି ବିଳାସମୟ ବୋଲି ସାଧାରଣରେ ବିଶ୍ଵାସ ରହିଛି। ହେଲେ ଏମିତି କିଛି ବଲିଉଡ୍ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ଅଭିନୟ କରି ପ୍ରଚୁର ଲୋକପ୍ରିୟତା ତ ସାଉଁଟିଥିଲେ, ହେଲେ ସେମାନଙ୍କର ଅନ୍ତିମ ଜୀବନ ଥିଲା ଖୁବ୍ କଷ୍ଟକର। ଆସନ୍ତୁ ଦୁଇଜଣ ଫିମେଲ ସୁପରଷ୍ଟାରଙ୍କ ଅନ୍ତିମ ଜୀବନର ଯନ୍ତ୍ରଣାଦାୟକ ଘଟଣା।

ପରବିନ୍ ବାବି

‘ଦିୱାର’, ‘ନମକହଲାଲ୍’, ‘କ୍ରାନ୍ତି’, ‘ଅମର ଆକବର ଆନ୍ଥୋନୀ’, ‘ଶାନ୍’, ‘ମହାନ’ ଓ ‘ଖୁଦାର’ ଭଳି ଲୋକପ୍ରିୟ ହିନ୍ଦୀ ସିନେମାର ନାୟିକା ସତୁରି ଓ ଅଶୀ ଦଶକର ଜଣେ ଟପ୍ ହିରୋଇନ୍ ଭାବେ ପରିଗଣିତ ହେଉଥିଲେ।  ସେ ଅମିତାଭ ବଚ୍ଚନ ଜିତେନ୍ଦ୍ର, ଧର୍ମେନ୍ଦ୍ର, ରାଜେଶ ଖାନ୍ନା ଓ ଶଶି କପୁରଙ୍କ ଭଳି ଟପ୍ ହିରୋଙ୍କ ଅପୋଜିଟରେ ବି କାମ କରିଥିଲେ। ବଲିଉଡରେ ପରବିନ୍ ବାବି ଖୁବ୍ ଲୋକପ୍ରିୟତା ହାସଲ କରିବା ସହିତ ପ୍ରଚୁର ଅର୍ଥ ମଧ୍ୟ ଉପାର୍ଜନ କରିଥିଲେ।

ଜୀବନର ଶେଷ ସମୟରେ ପରବିନ୍ ବାବି ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେ ସିଜୋଫେନିଲା ନାମକ ଏକ ମାନସିକ ରୋଗର ଶିକାର ହୋଇଥିଲେ। ୨୦୦୨ରେ ମାଆଙ୍କ ବିୟୋଗ ପରେ ନିଃସଙ୍ଗ ହୋଇଯାଇଥିଲେ ପରବିନ୍। ଏହାପରେ ସେ ଡାଇବେଟିସ୍ ଓ ଗ୍ୟାଙ୍ଗରିନ୍ ରୋଗରେ ପୀଡ଼ିତା ହେଲେ। ଏହାଫଳରେ ତାଙ୍କର କିଡନୀ ଓ ଶରୀରର ଅନ୍ୟ କେତେକ ଅଙ୍ଗ ମଧ୍ୟ ନିଷ୍କ୍ରିୟ ହୋଇଗଲା। ଅବଶେଷରେ ସେ ୨୦୦୫ ଜାନୁଆରୀ ୨୦ ତାରିଖରେ ମୃତ୍ୟୁବରଣ କରିଥିଲେ। ତେବେ ଏହା ସ୍ଵାଭାବିକ ମୃତ୍ୟୁ ନା ଆତ୍ମହତ୍ୟା, ତାହା ଏଯାଏଁ ଜଣାପଡ଼ିନାହିଁ। ରୋଗାକ୍ରାନ୍ତ ପରବିନ୍ ବାବିଙ୍କ ସହାୟତା ଲାଗି କେହି ସାଙ୍ଗ ଆଗେଇ ଆସିନଥିଲେ। ଏପରିକି ମୃତ୍ୟୁର ଦୁଇମାସ ପୂର୍ବରୁ ତାଙ୍କ ସହିତ ପରିବାର ଲୋକେ ସମ୍ପର୍କ ଛିନ୍ନ କରିଥିଲେ।

ପରବିନ୍ ବାବିଙ୍କର ଅନ୍ତିମ ସମୟର ଫଟୋ ଦେଖିଲେ ସହଜରେ ଜଣାପଡେ ଯେ ତାଙ୍କର ମୃତ୍ୟୁ କେତେ ଯନ୍ତ୍ରଣା ଦାୟକ ଥିଲା।

ନିଶା ନୁର୍

ନିଶା ନୁର୍ ଏଭଳି ଏକ ନାମ, ଯାହା ସହିତ ହିନ୍ଦୀ ସିନେପ୍ରେମୀମାନେ ହୁଏତ ପରିଚିତ ନଥିବେ, ହେଲେ ଏହା ଦକ୍ଷିଣ ଭାରତର ଜଣେ ନାମୀ ନାୟିକାଙ୍କ ନାଁ। ନିଶା ଅଶୀ ଦଶକରେ ଦକ୍ଷିଣ ଭାରତରେ ଜଣେ ଆଗଧାଡ଼ିର ନାୟିକା ଭାବେ ବେଶ୍ ଲୋକପ୍ରିୟ ଥିଲେ। ନିଶାଙ୍କର ଲୋକପ୍ରିୟତାରେ ପ୍ରଭାବିତ ହୋଇ ସାଉଥର ଦୁଇ ସୁପରଷ୍ଟାର କମଲ ହାସନ ଓ ରଜନୀ ବି ତାଙ୍କ ସହିତ କାମ କରିବାକୁ ଆଗ୍ରହ ଦେଖାଇଥିଲେ।

କୁହାଯାଏ ଯେ ଜଣେ ପ୍ରଯୋଜକ ନିଶା ନୁରଙ୍କୁ ଧୋକା ଦେଇ ବେଶ୍ୟା ବୃତ୍ତିରେ ଲିପ୍ତ କରାଇଥିଲେ। ଏକଥା ପ୍ରଘଟ ଯେ ପରେ ନିଶାକୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କେହି କାମ ଦେଲେ ନାହିଁ। ଏହା ପରେ ଅନ୍ୟ ଉପାୟ ନ ପାଇ ନିଶା ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ିଦେଇଥିଲେ। ତା’ ପରେ ତାଙ୍କର ଅବସ୍ଥା ଏକଦମ୍ ଖରାପ ହୋଇଯାଇଥିଲା। ଖାଲି ସେତିକି ନୁହେଁ ଦିନେ ନିଶା ଥିଲେ ଫିମେଲ୍ ସୁପରଷ୍ଟାର, ସେ ବନିଥିଲେ ଦାଣ୍ଡର ଭିକାରୀ, ତାଙ୍କର ଆର୍ଥିକ ସ୍ଥିତି ଏକଦମ୍ ଖରାପ ହୋଇଗଲା। ସେ ଦୁଆର ଦୁଆର ବୁଲି ଭିକ ମାଗୁଥିବାର ମଧ୍ୟ ଦେଖିବାକୁ ପାଇଥିଲେ ଲୋକେ। ଜୀବନର ଶେଷ ସମୟରେ ତାଙ୍କର ସ୍ଥିତି ସଙ୍କଟାପନ୍ନ ହେବା ଫଳରେ ସ୍ଥାନୀୟ ଲୋକେ ନିଶାକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ସେଠାରେ ଜଣାପଡ଼ିଥିଲା ଯେ ନିଶା ନୁର୍ ଏଚଆଇଭି ଦ୍ଵାରା ସଂକ୍ରମିତ। ୨୦୦୭ରେ ନିଶା ସବୁଦିନ ପାଇଁ ଆଖି ବୁଜିଥିଲେ।

Comment