ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୃଦରୋଗ ଆଜିକାଲି ଏକ ସାଧାରଣ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ୍ ହେବ ନାହିଁ । ଏହାଠାରୁ ଦୂରେଇ ରହିବାକୁ ହେଲେ ଆମକୁ ଏକ ପରିବର୍ତ୍ତିତ ଜୀବନଶୈଳୀ ଆପଣାଇବାକୁ ପଡ଼ିଥାଏ।

ନିକଟରେ ଆମେରିକୀୟ ହୃଦବିଜ୍ଞାନୀ ଏକ ନୂଆ କଥା ପ୍ରକାଶ କରିଛନ୍ତି । ଦୁଇ ବର୍ଷର ଗବେଷଣା ପରେ ସେମାନଙ୍କ ଦ୍ଵାରା ପ୍ରକାଶିତ ରିପୋର୍ଟରୁ ଏକ ଚାଞ୍ଚଲ୍ୟ କର ତଥ୍ୟ ସାମ୍ନାକୁ ଆସିଛି।

ଯଦି ଜଣେ ବ୍ୟକ୍ତି ନିୟମିତ କିଛି ବାଦାମ ଖାଆନ୍ତି ତେବେ ସେ ନିଜକୁ ହୃଦରୋଗ ପରି ଜଟିଳ ସମସ୍ୟାଠାରୁ ଅନେକ ଅଂଶରେ ଦୂରେଇ ରଖିପାରିବେ।ଏପରି ତଥ୍ୟ ଜାଣିବା ପରେ ପ୍ରୟୋଗତ୍ମାକ ଭାବରେ କେତେ ଜଣ ବ୍ୟକ୍ତିଙ୍କଠାରେ ଏହାକୁ ପରୀକ୍ଷା କରାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ ହୃତପିଣ୍ଡ ପୂର୍ବପେକ୍ଷା ଆହୁରି ସକ୍ରିୟ ଭାବରେ କାର୍ଯ୍ୟ କରୁଥିବାର ଜଣାପଡ଼ୁଥିଲା ।

ଜଣେ ବ୍ୟକ୍ତି ଦିନକୁ ୧୮-୨୫ ଗ୍ରାମ୍ ବାଦାମ ଖାଇବା ସ୍ଵାସ୍ଥ୍ୟ ପାଇଁ ଉପକାରୀ ବୋଲି ରିପୋର୍ଟରେ ଦର୍ଶାଯାଇଛି।

Comment