ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ-କାଶ୍ମୀରରେ ଦୁଷ୍କର୍ମ: ଉଠୁଛି ପଡ଼ୁଛି ସାରା ଭାରତ

ଉତ୍ତରପ୍ରଦେଶର ଉନ୍ନାଓର ଏବଂ କାଶ୍ମୀରର କାଠୱାରେ ଘଟିଛି ଲୋମଟାଙ୍କୁରା ଘଟଣା। ଏହି ଦୁଇଟି ଅଞ୍ଚଳରେ ଘଟିଥିବା ଦୁଇଟି ଦୁଷ୍କର୍ମରେ ସାରା ଦେଶ ଥରହର ହୋଇଛି। ଉତ୍ତରପ୍ରଦେଶରେ ବିଜେପିର ବିଧାୟକ ଏବଂ ତାଙ୍କ ଭାଇ ଜଣେ ଅସହାୟ ଯୁବତୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ବେଳେ କାଶ୍ମୀରରେ ଜଣେ ୮ ବର୍ଷିୀୟା ନାବାଳିକାଙ୍କ ସହ ହୋଇଛି ଗଣଦୁଷ୍କର୍ମ।

ମହାନଦୀ ମହାସଙ୍କଟ: ଛତିଶଗଡ଼ରେ ପାଣି ଭରପୂର, ଓଡ଼ିଶାରେ ମହାନଦୀ ଠୋ ଠା

ମହାସଙ୍କଟ ଆଡ଼କୁ ଗତି କରୁଛି ମହାନଦୀ। ଛତିଶଗଡ଼ ପଟେ ମହାନଦୀରେ ପାଣି ଭରପୂର ଥିବା ବେଳେ ଓଡ଼ିଶା ଅବବାହିକାରେ ମହାନଦୀ ଶୁଖିଲା ପଡ଼ିଛି। ଏମିତି ଦାରୁଣ ଚିତ୍ର ରେକର୍ଡ କରିଛି ‘ଓଡ଼ିଶାଲାଇଭ୍‌’ କ୍ୟାମେରା ଟିମ୍। ଛତିଶଗଡ଼ର କଲ୍‌ମା ବ୍ୟାରେଜ ନିକଟକୁ ଯାଇ ଓଡ଼ିଶାଲାଇଭ୍‌ ଟିମ୍ ବାସ୍ତବ ଚିତ୍ର ପରଖିଛି।

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି: ଏପ୍ରିଲ ୧୬ ସୁଦ୍ଧା ଖୋଲିବ ଜଗମୋହନ

ଜଗମୋହନ ଖୋଲିବାକୁ ନେଇ ଆଜି ବସିଥିଲା ଛତିଶା ନିଯୋଗ ବୈଠକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଗମୋହନ ଏପ୍ରିଲ ୧୬ ତାରିଖ ସୁଦ୍ଧା ଖୋଲିବାକୁ ବୈଠକରେ ହୋଇଛି ନିଷ୍ପତ୍ତି। ଗର୍ଭଗୃହରେ ପ୍ରବେଶ ନେଇ ହାଇକୋର୍ଟଙ୍କର ରହିଥିବା କଟକଣା ଉପରେ ପୁନର୍ବିଚାର କରିବାକୁ ହାଇକୋର୍ଟଙ୍କୁ ନିବେଦନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଛି।

ଭାରତ ପାଇଁ ୧୪ତମ ସ୍ୱର୍ଣ୍ଣ ଜିତିଲେ ସୁଶୀଲ କୁମାର

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅଷ୍ଟମ ଦିନରେ ଭାରତକୁ ଦ୍ଵିତୀୟ ସ୍ୱର୍ଣ୍ଣ ମିଳିଛି। କିଛି ସମୟ ପୂର୍ବରୁ ଫ୍ରିଷ୍ଟାଇଲ୍‌ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ ରାହୁଲ ଆୱାରେ। ତାଙ୍କ ପରେ ସୁଶୀଲ କୁମାର ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।ସୁଶୀଲ ୭୪ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ ସେ ଏହି ସଫଳତା ପାଇଛନ୍ତି। ଫଳରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୪କୁ ବୃଦ୍ଧି ହୋଇଛି।

ଭୁବନେଶ୍ୱର ସ୍ମାର୍ଟସିଟି ଲୋଗୋ- ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଭୁବନେଶ୍ୱରବାସୀଙ୍କୁ  ଗୁରୁବାର ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସଚିବାଳୟ ସମ୍ମିଳନୀ କକ୍ଷରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡର  ଲୋଗୋ ଏବଂ ୱେବ୍‌ସାଇଟ୍ (www.smartcitybhubaneswar.gov.in) ଲୋକାର୍ପିତ କରିଛନ୍ତି।

ଉପାସରେ ବସିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଜେପି ନେତା

କଂଗ୍ରେସ ପରେ ଏବେ ବିଜେପି ନେତାଙ୍କ ଉପବାସ। ଗୁରୁବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପିର ସମସ୍ତ ସାଂସଦ ଓ ମନ୍ତ୍ରୀ ଉପବାସ କରିଛନ୍ତି। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବିଜେପି ଦଳ ଏହି ଅନଶନରେ ବସିଛି।

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’ର ସଫଳ ଉତ୍‌କ୍ଷେପଣ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ଵନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ସଫଳତାର ସହ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଆଇଆର୍‌ଏନ୍‌ଏସ୍‌ଏସ୍‌ ଓ୍ଵାନ୍‌ ଆଇ’ ନେଭିଗେସନ୍‌ ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି। ଏହି ସାଟେଲାଇଟ୍ ସାମୁଦ୍ରିକ କ୍ଷେତ୍ରରେ ନୌସେନାକୁ ମ୍ୟାପ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବିଶେଷ ଭାବେ ସହାୟକ ହେବ।

Comment