ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ମହାନଦୀ ଶୁଖିଲା, ଛତିଶଗଡ଼ ତିଆରି କରିଛି ୨,୨୬୮ଟି ପ୍ରକଳ୍ପ

ମହାନଦୀ ପାଣିକୁ ଅଟକାଇବା ପାଇଁ ଛତିଗଶଗଡ଼ ସରକାର ୨ ହଜାର ୨୬୮ଟି ପ୍ରକଳ୍ପ ନିର୍ମାଣ କରିଛନ୍ତି। ୪୪୩ଟି ପ୍ରକଳ୍ପ ନିର୍ମାଣାଧିନ ରହିଛି। ନିର୍ମାଣାଧିନ ପ୍ରକଳ୍ପ ଭିତରେ ରହିଛି ୬ଟି ବଡ଼ ବ୍ୟାରେଜ।

ନୀଳଗିରି ଦୁଷ୍କର୍ମ ଅଭିଯୁକ୍ତ ଗିରଫ: ଚକୋଲେଟ୍ ଦେବା ନାଁରେ ନାବାଳିକା ସହ ପାଶବିକ ଅତ୍ୟାଚାର

ଧରାପଡ଼ିଲା ବାଲେଶ୍ୱର ଜିଲ୍ଲା ନୀଳଗିରି ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ। ଦୁଷ୍କର୍ମ ଅଭିଯୁକ୍ତ ଜଣକ ହେଲେ ନିତ୍ୟାନନ୍ଦ ଜେନା। ନୀଳଗିରି ପୋଲିସ ତାଙ୍କୁ ଭଦ୍ରକରୁ ଗିରଫ କରିଥିବା ବଲେଶ୍ୱର ଏସ୍‌ପି ସୂଚନା ଦେଇଛନ୍ତି।

ଖୋଲିଲା ଜଗମୋହନ: ଭିତରକାଠରୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ

ପ୍ରତୀକ୍ଷାର ଅନ୍ତ ଘଟିଛି। ଦୁଇ ବର୍ଷ ଦୁଇ ମାସ ପରେ ପୁରୀ ଶ୍ରୀମନ୍ଦିରର ଜଗମୋହନ ଖୋଲିଛି। ଶ୍ରଦ୍ଧାଳୁମାନେ ଭିତରକାଠ ନିକଟରୁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ଅତି ନିକଟରୁ ଶ୍ରଦ୍ଧାଳୁମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଥିବାରୁ ଭାବବିହ୍ୱଳ ହୋଇଯାଇଛନ୍ତି।

ବିପର୍ଯ୍ୟସ୍ତ ଆଇନ୍‌ଶୃଙ୍ଖଳାକୁ ନେଇ ବିଧାନସଭାରେ ହଟ୍ଟଗୋଳ

ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧ ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଛି। ଫଳରେ ଗୃହରେ ଆଜି ପ୍ରଶ୍ନକାଳ ଚାଲିପାରି ନାହିଁ। ନୀଳଗିରି ଓ ସୋରର ଦୁଷ୍କର୍ମ ଘଟଣା ସମ୍ପର୍କରେ ବିଧାନସଭାରେ ଆଲୋଚନା କରିବାକୁ ଚାହିଁଥିଲେ। ହେଲେ ବାଚସ୍ପତି ଅନୁମତି ଦେଲେ ନାହିଁ।

ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କୁ ସୁରକ୍ଷା ଦିଅ

ଜମ୍ମୁ-କାଶ୍ମୀର କଠୁଆରେ ଘଟିଥିବା ଦୁଷ୍କର୍ମ ଘଟଣାରେ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି। ପୀଡ଼ିତାଙ୍କ ପରିବାର ଏବଂ ଓକିଲଙ୍କୁ ସୁରକ୍ଷା ଦେବା ପାଇଁ ଜମ୍ମୁ-କାଶ୍ମୀର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚଣ୍ଡିଗଡ଼ କୋର୍ଟକୁ ମାମଲା ସ୍ଥାନାନ୍ତର କରିବା ପାଇଁ ପରିବାର ପକ୍ଷରୁ ଆବେଦନ କରାଯାଇଛି। ଏ ସମ୍ପର୍କରେ ୨୭ ତାରିଖରେ ଶୁଣାଣି ହେବ।

Comment