ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଙ୍ଗମାନଙ୍କ ସହ ସେଲ୍‌ଫି ଉଠାଇବା ବେଳେ କୋରାପୁଟର ରତିବାଲି ଜଳପ୍ରପାତରେ ଖସିପଡ଼ିଛନ୍ତି ଜଣେ ଯୁବକ।

ମୋବାଇଲରେ ସେଲ୍‌ଫି ଉଠାଇବା ହେଲା କାଳ। ସେଲ୍‌ଫି ଉଠାଇବା ବେଳେ ଜଣେ ଯୁବକ ଗଭୀର ଜଳପ୍ରପାତ ଭିତରେ ଖସିପଡ଼ିଛନ୍ତି। ଏଭଳି ଦୁଃଖଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର ନୂଆଗାଁ ଗାଲିଗବଡର ଅଞ୍ଚଳରେ। ଏଠାରେ ଥିବା ଜଳପ୍ରପାତ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ଜଳପ୍ରପାତରେ ଖସିପଡ଼ିଛନ୍ତି। ତାଙ୍କୁ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କଳାହାଣ୍ଡି ଜିଲ୍ଲାର ସୁବ୍ରତ ନାଗ ସାଙ୍ଗମାନଙ୍କ ସହ ଗାଲିଗବଡରସ୍ଥିତ ରତିବାଲି ଜଳପ୍ରପାତକୁ ବୁଲି ଆସିଥିଲେ। ଜଳପ୍ରପାତ ଉପରେ ଛିଡା ହୋଇ ସୁବ୍ରତ ସେଲ୍‌ଫି ନେଉଥିଲେ। ହେଲେ ଅସାବଧାନତା ଯୋଗୁଁ ସୁବ୍ରତଙ୍କର ଗୋଡ଼ ଖସିଯାଇଥିଲା। ଫଳରେ ସେ ୫୦ ଫୁଟ ତଳକୁ ପଡ଼ିଯାଇଥିଲେ।

ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଗୁରୁତର ହୋଇଯିବାରୁ ତାଙ୍କୁ କୋରାପୁଟ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Comment