ଓଡ଼ିଶାଲାଇଭ୍ ବ୍ୟୁରୋ

ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଦିଗରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ଦୁଇ ଦିନିଆ ଆଲୋଚନାଚକ୍ର ଆରମ୍ଭ ହୋଇଛି।

ଭୁବନେଶ୍ୱରଠାରେ ଆୟୋଜିତ ମାତୃ ଓ ଶିଶୁମୃତ୍ୟୁହାର ହ୍ରାସ ଦିଗରେ ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଏକ ଆଲୋଚନାଚକ୍ର ଆରମ୍ଭ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧା। ସେ ନିଜ ଅଭିଭାଷଣରେ ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ନେଇ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ ଓ ପଦକ୍ଷେପ ଉପରେ ଆଲୋକପାତ କରି ଥିଲେ।

ଏ ନେଇ କାର୍ଯ୍ୟକାରୀ କରାଯାଇଥିବା ସ୍ୱତନ୍ତ୍ର ନବଜାତ ଯତ୍ନ ୟୁନିଟ( ଏସ୍.ଏନ୍.ସି.ୟୁ) , କଙ୍ଗାରୁ ମା ସେବା, ନବଜାତ ଷ୍ଟାବିଲାଇଜେସନ୍ ୟୁନିଟ୍, ଦକ୍ଷତା, ଭିଏଚ୍ଏନ୍ଡି, ଏଚ୍ବିଏନସି ଆଦି କାର୍ଯ୍ୟକ୍ରମ ନବଜାତକମାନଙ୍କ ଜୀବନରକ୍ଷା କରିବା ଦିଗରେ ଯଥେଷ୍ଟ ସହାୟକ ହୋଇପାରିଛିା

୨୦୧୭-୧୮ ବର୍ଷର ଏଚଏମ୍ଆଇଏସ୍ ଡାଟା ଅନୁଯାୟି ରାଜ୍ୟରେ ପ୍ରାୟ ୫,୯୩,୮୧୪ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି । ସେଥିରୁ ୯୩.୧ପ୍ରତିଶତ ଶିଶୁଙ୍କୁ ଜନ୍ମର ଏକ ଘଂଟା ମଧ୍ୟରେ ମାତୃ ସନ୍ୟପାନ କରାଯାଇଛି ଫଳରେ ପ୍ରାୟ ୧୩ ପ୍ରତିଶତ ନବଜାତକଙ୍କ ଜୀବନରକ୍ଷା କରା ଯାଇପାରିଛି ।

୪୪୭୦୭ ଜଣ ଅସୁସ୍ଥ ଶିଶୁ ବିଭିନ୍ନ ଜିଲ୍ଲାସ୍ତରୀୟଏସ୍.ଏନ୍.ସି.ୟୁ ମାନଙ୍କରେ ଭର୍ତି ହୋଇଥିବା ବେଳେ ୩୨୩୪୬ ଜଣ ସଫଳତାର ସହ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଛି।

“ଆଶା କର୍ମୀମାନେ ୯୧ ପ୍ରତିଶତ ନହଜାତକଙ୍କ ଘରକୁ ଯାଇ ସେମାନଙ୍କ ଯତ୍ନ ନେଇଛନ୍ତି। ଏହି ସବୁ କାର୍ଯ୍ୟକ୍ରମ ସଂପର୍କରେ ନିୟମିତ ଭାବେ ସମୀକ୍ଷା କରାଯାଉଥିବା ବେଳେ ଗୋÂୀ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି”, କହିଛନ୍ତି ମେହେର୍ଦ୍ଧା।

ଏହି ଆଲୋଚନାଚକ୍ର ନବଜାତକଙ୍କ ସେବା ଯତ୍ନ ନେଇ ଦକ୍ଷତା ବା କୌଶଳ କ୍ଷେତ୍ରରେ ବର୍ତମାନ ସୁଦ୍ଧା ରହିଥିବା ଶୂନ୍ୟସ୍ଥାନ ପୁରଣ ଏବଂ ନବଜାତକଙ୍କୁ  ଗୁଣାତ୍ମକ ସେବା ଯୋଗାଇ ଦେବା ଦିଗରେ ସହାୟକ ହେବ ବୋଲି  ଆଶା ପ୍ରକାଶ କରି ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଦିଗରେ ଅଧିକ ଜ୍ଞାନ ଆହାରଣର ଏକ ସୁଯୋଗ ବୋଲି ଡାକ୍ତର ମେହେର୍ଦ୍ଧା କହିଛନ୍ତି।

ଜାତୀୟ ସ୍ୱାସ୍ଥ୍ୟମିଶନ ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରି ଆଲୋଚନା ଚକ୍ରର ଲକ୍ଷ୍ୟ ଉପରେ ଆଲୋକପାତ କରି ରାଜ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ନେଇ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫ ସ୍ୱାସ୍ଥ୍ୟ ମୁଖ୍ୟ ଡାଃ ଗଗନ ଗୁପ୍ତା, ଏଆଇଆଇଏମ୍ଏସ୍ ଭୁବନେଶ୍ୱର ନିଦେ୍ର୍ଧଶିକା ଡାକ୍ତର ଗୀତାଞ୍ଜଳୀ ବି, ଏଆଇଆଇଏମଏସ୍ ଦିଲ୍ଲୀର ଶିଶୁ ବିଭାଗ ମୁଖ୍ୟ ଡାକ୍ତର ଏକେ ଦେଓରାରି, ଆଇଆଇଟି ଦିଲ୍ଲୀର ଜାତୀୟ ବିଜ୍ଞାନ ପ୍ରଫେସର ଡାକ୍ତର ଏମକେଭାନ୍ , ନୀତି ଆୟୋଗର ସଦସ୍ୟ ଡାଃ ବିନୋଦ ପାଉଲ ପ୍ରମୁଖ ଉଦ୍ବୋଧନ ଦେଇଥିଲେ।

ଏହି ଆଲୋଚନାଚକ୍ରରେ ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସପିଟାଲ ଏବଂ ଶିଶୁ ଭବନର ଅଧୀକ୍ଷକ, ସ୍ତ୍ରୀ ଓ ପ୍ରସୂତୀ ଏବଂ ଶିଶୁ ବିଭାଗ ପ୍ରଫେସର-ଆସୋସିଏଟ ପ୍ରଫେସର, ଜିଲ୍ଲା ଅତିରିକ୍ତ ମୁଖ୍ୟଚିକିତ୍ସା ଅଧିକାରୀ (ପରିବାର କଲ୍ୟାଣ), ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ପ୍ରବନ୍ଧକ ଏବଂ ଷ୍ଟାଫନର୍ସ ଏବଂ ରାଜ୍ୟସ୍ତରୀୟ ପଦାଧିକାରୀ ଯୋଗଦେଇଛନ୍ତି।

Comment