ଓଡ଼ିଶାଲାଇଭ୍ ବ୍ୟୁରୋ

ବଲଉଡରେ ଚାଲିଛି ବିବାହ ଋତୁ। ସୋନମ କପୁରଙ୍କ ବିବାହ ପରେ ଏବେ ପାଳି ପଡ଼ିଛି ବଲିଉଡର ଅନ୍ୟ ଜଣେ ଅଭିନେତ୍ରୀ ନେହା ଧୁପିଆଙ୍କର। ନେହା ତାଙ୍କ ବେଷ୍ଟ୍ ଫ୍ରେଣ୍ଡ୍ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି।

ସୋନମ୍‌ କପୁରଙ୍କ ବିବାହ ପରେ ଏବେ ଆଉ ଜଣେ ବଲିଉଡ଼ ଅଭିନେତ୍ରୀଙ୍କ ବିବାହ ସମ୍ପନ୍ନ ହୋଇଛି। ସେ ହେଉଛନ୍ତି ନେହା ଧୁପିଆ। କାହାକୁ ନଜଣାଇ ନେହା ଲୁଚିଛପି ବିବାହ କରିଛନ୍ତି। ନେହାଙ୍କ ବିବାହ ପ୍ରସ୍ତୁତିର କୌଣସି ଖବର ଆସି ନ ଥିବା ବେଳେ ହଠାତ୍‌ ତାଙ୍କ ବିବାହ କରିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି।

ନେହା ନିଜ ବେଷ୍ଟ୍ ଫ୍ରେଣ୍ଡ୍ ଅଭିନେତା ଅଙ୍ଗଦ ବେଦୀଙ୍କୁ ବିବାହ କରିଛନ୍ତି। ନେହାଙ୍କ ବିବାହ ଫଟୋ ନିର୍ଦ୍ଦେଶକ କରଣ ଜୋହନ ନିଜ ଟୁଇଟର ପେଜ୍‌ରେ ସେୟାର୍ କରି ଦୁହିଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଦୀର୍ଘଦିନ ଧରି ଅଙ୍ଗଦଙ୍କ ସହ ମିଳିମିଶା କରୁଥିବା ନେହା ଶେଷରେ ତାଙ୍କ ଜୀବନସାଥୀ ଭାବେ ବାଛି ନେଇଛନ୍ତି। ଏହି ବିବାହ ଶିଖ୍‌ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଛି। ନେହା ବିବାହରେ ପିଙ୍କ୍ କଲର୍‌ ଲେହେଙ୍ଗାରେ ନଜର ଆସିଥିଲେ।

ଅଙ୍ଗଦ ବେଦୀ ହେଉଛନ୍ତି ଭାରତୀୟ କ୍ରିକେଟଦଳର ପୂର୍ବତନ ଖେଳାଳି ବିଶେନ୍ ସିଂହ ବେଦୀଙ୍କ ପୁଅ। ଅଙ୍ଗଦ ପୂର୍ବରୁ ‘ଫିଙ୍କ’ ଫିଲ୍ମରେ କାମ କରିସାରିଛନ୍ତି।

Comment