ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଲିଉଡର ଅଭିନେତାମାନେ ଅଭିନୟ ସାଙ୍ଗକୁ ସମାଜସେବା କରୁଥିବାର ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ସବ୍ୟସାଚୀ, ଶ୍ରୀତମ ଦାସ, ଆକାଶ ଦାସ ନାୟକ ଓ ଚନ୍ଦନ କର। 

ଆସନ୍ତୁ ଜାଣିବା କେଉଁ ନାୟକମାନେ କିଭଳି ସମାଜସେବା କରିଥାନ୍ତି…

ସବ୍ୟସାଚୀ

ଓଲଉଡର ସୋବର ସବ୍ୟସାଚୀ। ଓଲିଉଡର ହିରୋଙ୍କୁ ଅଧିକାଂଶ ସମୟରେ ସମାଜସେବାଧର୍ମୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ। ସବ୍ୟସାଚୀ ଟ୍ରାଫିକ୍ ସଚେତନତା ଦିଗରେ  ମନୋନିବେଶ କରିଥାନ୍ତି। ଓଲିଉଡର ହିରୋ ସବ୍ୟସାଚୀ ପ୍ରେରଣା ଦ୍ଵାରା ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତି। ସେ ବିଭିନ୍ନ ସଚେତନତାମୂଳକ ଗଣଦୌଡ଼ରେ ମଧ୍ୟ ଅଂଶଗ୍ରହଣ କରିଥାନ୍ତି। ଓଲିଉଡ଼ର ହିରୋ ସବ୍ୟସାଚୀ ଅତୀତରେ ଫାଇଲିନ ପ୍ରପୀଡ଼ିତ ଲୋକଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକଲକ୍ଷ ଟଙ୍କା ଦାନ କରି ଖୁବ୍ ଚର୍ଚ୍ଚିତ ହୋଇଥିଲେ।

ଶ୍ରୀତମ୍ ଦାସ

୧୯୯୭ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜୀବନ ସାଥୀ’ ଥିଲା ଓଲିଉଡ ହିରୋ ଶ୍ରୀତମ ଦାସଙ୍କ ପ୍ରଥମ ମୁକ୍ତିପ୍ରାପ୍ତ ସିନେମା। ଏହାପରେ  ପରଦାରେ କେବେ ହିରୋ ବନିଛନ୍ତି ତ ପୁଣି କେବେ ସାଜିଛନ୍ତି ଭିଲେନ୍। ଖାଲି ସେତିକି ନୁହେଁ ଦୁଇଟି ଓଡ଼ିଆ ଛବି ‘ତୁ ଆ ମୁଁ ଯାଉଛି ରୁଷି’ ଓ ‘ଦିୱାନା ହେଲି ତୋ’ ପାଇଁ’ର ନିର୍ଦ୍ଦେଶକ ମଧ୍ୟ ଓଲିଉଡର ହିରୋ ଶ୍ରୀତମ୍ ଦାସ।

ଓଲିଉଡର ହିରୋ ଶ୍ରୀତମ୍ ମଧ୍ୟ ସମାଜସେବାରେ ଜଡ଼ିତ। ଶ୍ରୀତମ ଦାସ ‘ସ୍ଵପ୍ନ’ ନାଆଁରେ ଏକ ସ୍ଵେଚ୍ଛାସେବୀ ସଂସ୍ଥା ସହିତ ସଂଶ୍ଳିଷ୍ଟ। ଏହି ସଂସ୍ଥାର ପୁରା ନାଁ ହେଲା- ସେଭ୍ ଦି ୱାଲିଡ ଏଗେନ୍‌ଷ୍ଟ ପଲ୍ୟୁସନ, ନାର୍କୋଟିକ୍ସ ଆଣ୍ଡ୍ ଆମୋନିସନ୍। ସେ ଏହାର ସମ୍ପାଦକ ମଧ୍ୟ।

ଶିଶୁଶ୍ରମିକଙ୍କ ଶିକ୍ଷା ଦିଗରେ କାମ କରୁଛି ‘ସ୍ଵପ୍ନ’ ଅନୁଷ୍ଠାନ। ଏହା ଜରିଆରେ ଶ୍ରୀତମ୍ ଦାସ ସମାଜସେବା ସହିତ ଜଡିତ। ଶ୍ରୀତମ ରାଜ୍ୟ ଏଡ୍‌ସ ସେଲ୍ ସହିତ ମଧ୍ୟ ଜଡିତ। ଏହା ଜରିଆରେ ଓଲିଉଡର ହିରୋ ସଚେତନତା ଧର୍ମୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି।

ଚନ୍ଦନ କର

ଓଲିଉଡ ହିରୋ ଚନ୍ଦନ କର ‘ବାବୁ ଆଇ ଲଭ୍ ୟୁ’ ସିନେମାରେ ଡେବ୍ୟୁ କରିଥିଲେ। ଏହି ଓଲିଉଡର ହିରୋ ବି ଫିଲ୍ମରେ ଭିଲେନ୍‌ ରୋଲ୍ ବି କରିଛନ୍ତି। ତେବେ ଏହି ଓଲିଉଡର ହିରୋ ଚନ୍ଦନ ମଧ୍ୟ ସମାଜସେବା କରିବାକୁ ଭଲ ପାଆନ୍ତି। ତାଙ୍କର ପଶୁପକ୍ଷୀମାନଙ୍କ ପ୍ରତି ରହିଛି ସ୍ଵତନ୍ତ୍ର ଆକର୍ଷଣ।

ବୋଧହୁଏ ଏହି କାରଣରୁ ଚନ୍ଦନ ବାଟରେ ବୁଲା ପାଇ, ଷଣ୍ଢ କି କୁକୁରକୁ ଦେଖିଲେ, ସେମାନଙ୍କୁ ଖୁଆଇଥାଆନ୍ତି। ୨୦୦୭ରୁ ଓଲିଉଡ ହିରୋ ଚନ୍ଦନ ସେଭ୍ ଇଣ୍ଡିଆନ୍ ଫ୍ୟାମିଲି ଫାଉଣ୍ଡେସନର ସଦସ୍ୟତା ଗ୍ରହଣ କରିଛନ୍ତି। ବେଙ୍ଗଲୁରୁରେ ଥିବା ଏହି ସ୍ଵେଚ୍ଛାସେବୀ ସଂଗଠନର ପରାମର୍ଶଦାତା ଭାବେ ସଂପ୍ରତି କାର୍ଯ୍ୟ କରୁଛନ୍ତି ଚନ୍ଦନ କର।

ଖାଲି ସେତିକି ନୁହେଁ ଓଲିଉଡ ହିରୋ ଚନ୍ଦନ କର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେ ସେଠାରେ ସେହି କାର୍ଯ୍ୟକ୍ରମର ନାମ ଥିଲା- “ଆଡପ୍ଟଆନ୍ ଆନିମଲ୍। ଏଥିରେ ସାମିଲ ହୋଇ ଓଲିଉଡ ହିରୋ ଚନ୍ଦନ କରଏକ ବାଘୁଣୀକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ଏହି ବାଘୁଣୀର ସେ ନାଆଁ ରଖିଥିଲେ ବିଜୟା।

ଓଲିଉଡ ହିରୋ ଚନ୍ଦନ କର ବଣ୍ୟ ଜୀବଜନ୍ତୁ ସେମାନଙ୍କର ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟରତ। ଏଥିପାଇଁ ସେ ପିଫୁଲ୍ ଫର୍ ଆନିମଲ୍ ସ୍ବେଚ୍ଛାସେବୀ ସଂଗଠନ ସହିତ ମଧ୍ୟ ସଂଶ୍ଳିଷ୍ଟ।

ଆକାଶ

ଓଲିଉଡ ହିରୋ ଆକାଶଙ୍କ ପ୍ରକୃତ ନାମ ହେଲା ଆକାଶ ଦାସ ନାୟକ। ସେ ଏବେ କେବଳ ଜଣେ ଅଭିନେତା ନୁହଁନ୍ତି, ବରଂ ଜଣେ ରାଜନେତା ମଧ୍ୟ। ଏହି ଓଲିଉଡ ହିରୋ ଆକାଶ ବି ସମାଜସେବାରେ ମନୋନିବେଶ କରି ଅନେକ ସମୟରେ ଚର୍ଚ୍ଚାକୁ ଆସିଛନ୍ତି।

ଓଲିଉଡ ହିରୋ ଆକାଶ ଜୀବନଜ୍ୟୋତି ଅନାଥଶ୍ରମ ଓ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ସହିତ ଜଡିତ। ସେ ଏଥିପାଇଁ ପ୍ରାୟତଃ ପ୍ରତିବର୍ଷ ନିଜ ଜନ୍ମଦିନରେ ସେଠାକୁ ଯାଇ କିଛି ସମୟ ବିତାଇଥାଆନ୍ତି। ଏହି ଓଲିଉଡ ହିରୋ ‘ଉଇ ଫର୍ ୟୁ’, ‘ଓଡ଼ିଆ ଖଦି ବୋର୍ଡ’, ‘ଓଡ଼ିଶା ହାରିଟେନ୍ ସୁରକ୍ଷା ମିଶନ୍’, ‘ଟିଚ୍-ଏଡ୍ସ ଓ ବିଇଂ ଇଣ୍ଡିଆନ୍ ଫାଉଣ୍ଡେସନର ବ୍ରାଣ୍ଡ ଆମ୍ବାସଡର ଭାବେ ନିୟୋଜିତ ହୋଇଛନ୍ତି।

Comment