ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଦ୍ୟ ସ୍ୱାଦିଷ୍ଟ ହୋଇନଥିବାରୁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ଶେଷରେ ଶୋଇଥିବା ବାପାକୁ ଛୁରିରେ ଭୁସି ହତ୍ୟା କରିଛି ପୁଅ।

ସମ୍ବଲପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ରାତିରେ ଖାଦ୍ୟ ସ୍ୱାଦିଷ୍ଟ ହୋଇନଥିବାରୁ ବାପ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଏହାପରେ ଉତକ୍ଷିପ୍ତ ପୁଅ ଶୋଇଥିବା ବାପାକୁ ଛୁରୀ ଭୁସି ହତ୍ୟା କରିଛି ପୁଅ।

ସମ୍ବଲପୁର ଜିଲ୍ଲା ଠେଲକୋଇ ଥାନା ଅନ୍ତର୍ଗତ ଗଣ୍ଡପଡ଼ାରେ ରହୁଥିବା ସୀତାରାମ ମକର(୬୦ ବର୍ଷ) ଓ ତାଙ୍କ ପୁଅ ସଞ୍ଜିବ ମକରଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ଗତକାଲି ରାତିରେ  ଖାଇବା ବେଳ ତରକାରି ଠିକ୍‌ ଲାଗୁ ନ ଥିବାରୁ ତାଙ୍କ ପୁଅ ସଞ୍ଜିବ ମକର ବାପାଙ୍କ ସହ ପାଟିତୁଣ୍ଡ କରିଥିଲେ।

ଯାହା ଘରେ ପ୍ରସ୍ତୁତ ହୋଇଛି ସେୟା ଖାଇବାକୁ ସୀତାରାମ ରୋକଠୋକ କହିବାରୁ ଏଥିରେ ରାଗିଯାଇଥିଲା ସଞ୍ଜିବ।

ସୀତାରାମ ଖାଇ ସାରି ନିଜ ଘରେ ଶୋଇଥିଲାବେଳେ ସଞ୍ଜିବ ଘରେ ଥିବା ଏକ ଛୁରି ଧରି ସୀତାରାମଙ୍କ ପେଟକୁ ବାରମ୍ବାର ଭୁସି ହତ୍ୟା କରିଥିଲା। ଏହି ସମୟରେ ସୀତାରାମ ଚିତ୍କାର କରିଥିଲେ।

ସୀତାରାମଙ୍କ ପାଟି ଶୁଣି ପରିବାର ଲୋକ ଆସିଲାବେଳକୁ ସାତାରାମଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଞ୍ଜିବଙ୍କୁ ଗିରଫ କରିବା ସହିତ ମୃତଦେହ ବ୍ୟବଛେଦ ପାଇଁ ପଠାଇଛି।

Comment