ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅଟଳ ବିହାରୀ ବାଜପେୟୀ ପୁଣି ଅସୁସ୍ଥ। ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି।

ତେବେ ସେ ରୁଟିନ୍‌ ଚେକ୍‌ ଅପ୍‌ ଓ ସ୍ୱାସ୍ଥ୍ୟର ଯାଞ୍ଚ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ବୋଲି ବିଜେପି କହିଛି।

ଡାକ୍ତରଙ୍କ ପରାମର୍ଶକ୍ରମେ ବାଜପେୟୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ସୁପରଭିଜନରେ ରହିବେ।

୯୩ବର୍ଷୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀବାଜପେୟୀ ଦୀର୍ଘଦିନ ଧରି ଡିମେନସିଆ ରୋଗରେ ପୀଡ଼ିତ ଅଛନ୍ତି। ୨୦୦୯ରୁ ସେ ହ୍ଵିଲଚେୟାରେ ବସି ରହୁଛନ୍ତି। କିଛିଦିନ ପୂର୍ବରୁ ତାଙ୍କୁ ଭାରତ ସରକାର ଭାରତ ରତ୍ନ ପ୍ରଦାନ କରିଥିଲେ।

 

Comment