ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳର ଏସ୍‌ଟି ସାମ୍ମୁଖ୍ୟ ବୁଧବାର ଗଠିତ ହୋଇଛି। ଏହି ସାମ୍ମୁଖ୍ୟର ଆବାହକ ଭାବେ ସୁଦାମ ମାର୍ଣ୍ଡିଙ୍କୁ ନିଯୁକ୍ତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। ସେହିପରି ଉପ-ସଭାପତି ଭାବେ ବଳଭଦ୍ର ମାଝି ଏବଂ ଝିନ୍ନ ହିକ୍‌କାଙ୍କୁ ନିଯୁକ୍ତ କରାଯାଇଛି।

ଏସ୍‌ଟି ସାମ୍ମୁଖ୍ୟରେ ୬ ଜଣ ସାଧାରଣ ସମ୍ପାଦକ ରହିବେ ବୋଲି ବିଜେଡି ସମ୍ପାଦକ ବିଜୟ ନାୟକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ସାମ୍ମୁଖ୍ୟ ଗଠନ କରାଯାଇଥିବା ଚର୍ଚ୍ଚା ହେଉଛି।

Comment