ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ମିଳିଲା। ତେବେ ଏହି ଚାବି ଅରିଜିନାଲ ନୁହେଁ ଡୁପ୍ଲିକେଟ୍ ଚାବି ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ରେକର୍ଡ ରୁମ୍‌ ଲକର୍‌ରୁ ଏକ ମାଟିଆ ଲଫାପା ଭିତରେ ଏହି ଚାବି ରହିଥିଲା। ଏହା ଆଜି ମିଳିଥିବା ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି ଯେ ଭିତର ରତ୍ନଭଣ୍ଡାର ଚାବି ଖୋଜିବା ପାଇଁ ୪ ଜଣିଆ ଟିମ୍ ଗଠନ ହୋଇଥିଲା। ସେମାନେ ୫ ଦିନ ହେଲା ଚାବି ଖୋଜୁଥିଲେ। ଆଜି ରେକର୍ଡ ରୁମ୍‌ ଲକର୍‌ରୁ ଏହା ପାଇଛନ୍ତି। ଲଫାପା ଉପରେ ଭିତର ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ବୋଲି ଉଲ୍ଲେଖ ରହିଛି।

ଜିଲ୍ଲାପାଳ ଡୁପ୍ଲିକେଟ ଚାବି କହୁଥିବା ବେଳେ ଭିତର ରତ୍ନଭଣ୍ଡାରର ମୂଳ ଚାବି କୁଆଡ଼େ ଗଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଡୁପ୍ଲିକେଟ ଚାବିକୁ ନେଇ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ବିବାଦ ଦେଖାଦେଇଥିଲା। ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ ବିରୋଧୀ। ଚାବି ଖୋଜିବା ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଅପଦସ୍ତ କରିଥିଲେ। ଏହି ଚାବି ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ମଧ୍ୟ ହଟିବାକୁ ପଡ଼ିଛି।

ଏତେସବୁ ଘଟଣା ଘଟିବା ପରେ ଜିଲ୍ଲାପାଳ ଡୁପ୍ଲିକେଟ ଚାବି ପାଇଥିବା କହିବା ପରେ ପୁଣି ସନ୍ଦେହ ସୃଷ୍ଟି ହୋଇଛି। ଚାବି ଅଚାନକ କୁଆଡ଼ୁ ଆସିଲା ତାକୁ ନେଇ ପୁଣି ଚର୍ଚ୍ଚା ବଢ଼ିଛି।

Comment