ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଏଥର ରଜବଜାରରେ ଓଡ଼ିଆ ସିନେପ୍ରେମୀମାନେ କେତେଜଣ ଲୋକପ୍ରିୟ ଯୋଡ଼ିକୁ ପରଦାରେ ଦେଖିବାକୁ ପାଉନାହାନ୍ତି ଆସନ୍ତୁ ଜାଣିବା ସେହି ଯୋଡ଼ିମାନେ କିଏ?

ଅନୁଭବବର୍ଷା

ଓଲିଉଡର ଏକ ଲୋକପ୍ରିୟ ଯୋଡ଼ି ହେଲେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀ। ଏହି ଯୋଡ଼ିଙ୍କୁ ଦର୍ଶକ ଅଧିକାଂଶ ସିନେମାରେ ପସନ୍ଦ କରିଛନ୍ତି। ୨୦୧୫ ରଜବଜାରକୁ ଶେଷଥର ପାଇଁ ଆସିଥିଲେ ଏହି ଯୋଡ଼ି।  ‘ଗପ ହେଲେ ବି ସତ’ ସିନେମା ରିଲିଜ୍‌ ହୋଇଥିଲା ୨୦୧୫ର ରଜ ଅବସରରେ। ଏହାପରେ ୨୦୧୬ ଓ ୨୦୧୭ ଭଳି ଏଥର ରଜରେ ବି ଦର୍ଶକ ମିସ୍ କରୁଛନ୍ତି ଓଲିଉଡର ଲୋକପ୍ରିୟ ଯୋଡ଼ି ଅନୁଭବ- ବର୍ଷା ପ୍ରିୟଦର୍ଶିନୀଙ୍କୁ।

ସବ୍ୟସାଚୀଅର୍ଚ୍ଚିତା

ଓଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହେଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଏହି ଯୋଡ଼ିକୁ ସିନେପ୍ରେମୀମାନେ ବେଶ୍ କେତୋଟି ଫିଲ୍ମରେ ଦେଖିଛନ୍ତି। ଏଥରର ରଜ ବଜାରରେ ସବ୍ୟସାଚୀ ଅଛନ୍ତି, ମାତ୍ର ତାଙ୍କର ହିଟ୍ ପାର୍ଟନର୍ ନାହାନ୍ତି। ଅର୍ଥାତ୍ ସବ୍ୟସାଚୀଙ୍କ ଫିଲ୍ମ ‘ଫୋର୍ ଇଡିଅଟ୍ସ’ ରିଲିଜ୍ ହେଉଛି, ଯେଉଁଥିରେ ଅର୍ଚ୍ଚିତା ନାୟିକା ଭୂମିକାରେ ନାହାନ୍ତି। ଏଥିରେ ସବ୍ୟସାଚୀଙ୍କ ବିପକ୍ଷରେ ଅଛନ୍ତି ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ।

ସବ୍ୟସାଚୀ- ଅର୍ଚ୍ଚିତାଙ୍କ ଯୋଡ଼ିଙ୍କର ଶେଷ ରଜ ସିନେମା ହେଲା ‘ମୁଁ ଏକା ତୁମର’। ଏହାପରେ ଏହି ଯୋଡ଼ିଙ୍କୁ ଅନ୍ୟ କୌଣସି ଥର ରଜ ଅବସରରେ ଏକାଠି ଦେଖିବାକୁ ମିଳିନାହିଁ।

ବାବୁସାନ୍ଝିଲିକ୍

‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’ ଓ ‘ଜବରଦସ୍ତ ପ୍ରେମିକ’ ଭଳି ହିଟ୍ ଫିଲ୍ମର ସୁପରହିଟ୍ ଯୋଡ଼ି ହେଲେ ବାବୁସାନ୍- ଝିଲିକ୍। ଏହି ଯୋଡ଼ିକୁ ରଜବଜାରରେ ଶେଷ ଥର ପାଇଁ ୨୦୧୫ରେ ରିଲିଜ୍‌ ହୋଇଥିବା ସିନେମା ‘ସୁପର ମିଛୁଆ’ରେ ଦେଖିବାକୁ ମିଳିଥିଲା। ଗତ ଦୁଇବର୍ଷ ଭଳି ଏଥର ରଜବଜାରରେ ଦର୍ଶକମାନେ ମିସ୍ କରୁଛନ୍ତି ବାବୁସାନ୍ ଓ ଝିଲିକଙ୍କ ଯୋଡ଼ିକୁ।

ବାବୁସାନ୍ଏଲିନା

୨୦୧୬ର ବ୍ଲକବଷ୍ଟର ସିନେମା ‘ଲଭଷ୍ଟେସନ୍‌’ରେ ପ୍ରଥମଥର ପାଇଁ ଯୋଡ଼ି ବନିଥିଲେ ବାବୁସାନ୍ ଓ ଏଲିନା। ପ୍ରଥମ ଫିଲ୍ମରେ ଏହି ଯୋଡ଼ି ସୁପରହିଟ୍ ହୋଇଥିଲା। ୨୦୧୬ର ରଜବଜାରରେ ରିଲିଜ୍ ହୋଇଥିଲା ‘ଲଭଷ୍ଟେସନ’। ୨୦୧୭ରେ ରଜ ଅବସରରେ ଏହି ଯୋଡ଼ିକୁ ଦେଖିବାକୁ ପାଇନଥିଲେ ଦର୍ଶକମାନେ। ଠିକ୍ ସେହିପରି ୨୦୧୮ ରଜରେ ବି ଏହି ଯୋଡ଼ିଙ୍କୁ ମିସ୍ କରୁଛନ୍ତି ସିନେପ୍ରେମୀ।

ଅନୁଭବଝିଲିକ୍

ଓଲିଉଡର ଲୋକପ୍ରିୟ ଯୋଡ଼ି ହେଲେ ଅନୁଭବ-ଝିଲିକ୍। ଏହି ଯୋଡ଼ିର ଦ୍ୱିତୀୟ ସିନେମା  ଥିଲା ‘ଅଗସ୍ତ୍ୟ’। ଏହା ୨୦୧୬ ରଜବଜାରରେ ରିଲିଜ୍ ହୋଇଥିଲା। ୨୦୧୭ ରଜ ଅବସରରେ କିନ୍ତୁ ଏହି ପପୁଲାର ଯୋଡ଼ିଙ୍କର କୌଣସି ଓଡ଼ିଆ ସିନେମା ମୁକ୍ତିଲାଭ କରିନଥିଲା। ଏଥର ବି ଏହି ଯୋଡ଼ିକୁ ଦେଖିବାକୁ ପାଇବେନି ଦର୍ଶକମାନେ। ଉଭୟଙ୍କ ଭିତରୁ କାହାରି ବି ସିନେମା ରିଲିଜ୍ ହୋଇନାହିଁ ଏଥର ରଜରେ।

ଅନୁଭବଏଲିନା

ଗତବର୍ଷ ରଜବଜାରକୁ ଆସିଥିଲା ଅନୁଭବ-ଏଲିନା ଷ୍ଟାରର୍ ମୁଭି ‘ଅଭୟ’। ହେଲେ ଏଥର ରଜ ଅବସରରେ ଅନୁଭବ-ଏଲିନାଙ୍କ ଯୋଡ଼ିକୁ ଦେଖିବାକୁ ପାଉନାହାନ୍ତି ଦର୍ଶକ। ଏ ଦୃଷ୍ଟିରୁ ଏହି ଲୋକପ୍ରିୟ ଯୋଡ଼ିଙ୍କର ପ୍ରଶଂସକମାନେ ନିରାଶ ହେଉଛନ୍ତି।

Comment