ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳ ଘୋଷଣା ହୋଇଛି। ଏହି ଦଳରେ ସାମିଲ ହୋଇଛନ୍ତି ୪ଜଣ ଓଡ଼ିଆ ଖେଳାଳି।

ପୁଣି ଜାତୀୟ ଦଳରେ ଓଡ଼ିଆ ଖେଳାଳିଙ୍କ ଦବଦବା। ମହିଳା ହକି ବିଶ୍ୱକପ୍ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି ୪ଜଣ ଓଡ଼ିଆ ଖେଳାଳି।

ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏ ଇଂଲଣ୍ଡରେ ମହିଳା ବଶ୍ୱ କପ୍‌ ହକି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍‌ଟରେ ଭାଗନେବାକୁ ଯାଉଥିବା ୧୮ ଜଣିଆ ଭାରତୀୟ ମହିଳା ହକି ଦଳର ନାମ ଘୋଷଣା କରାଯାଇଛି।

ଦଳର ନେତୃତ୍ୱ ପରଓ୍ଵାର୍ଡ ଖେଳାଳୀ ରାଣୀ ରାମପାଲ ନେଉଥିବା ବେଳେ ଏହି ଟିମରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଭାରତୀୟ ହକି ଟିମ୍‌ରେ ଭରସା ଯୋଗ୍ୟ ମହିଳା ଡିଫେଣ୍ଡର ସୁନୀତା ଲାକ୍ରା ଓ ଦୀପଗ୍ରେସ ଏକ୍କା ସ୍ଥାନ ପାଇଥିବା ବେଳେ ମିଡ ଫିଲ୍‌ଡର ନମିତା ଟପ୍ପୋ, ଲିଲିମା ମିଞ୍ଜ ମଧ୍ୟ ସ୍ଥାନ ବଜାୟ ରଖିଛନ୍ତି।

ଭାରତ ବିଶ୍ୱକପ୍‌ର ପୁଲ ବି ରେ ଇଂଲଣ୍ଡ, ଆମେରିକା ଓ ଆୟାରଲ୍ୟାଣ୍ଡ ସହିତ ସ୍ଥାନ ପାଇଛି।

Comment