ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ଚାଲିଥିବା ମାଓ ଦମନ ଅପରେସନରେ ପୋଲିସକୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ର ସୁକ୍‌ମା ନିକଟରେ ଡିଆର୍‌ଜି ଯବାନଙ୍କ ଗୁଳିରେ ଦୁଇ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଛନ୍ତି।

ସୁକୁମାର ମିନପା ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ଏହି ସମୟରେ ମାଓବାଦୀମାନେ ଯବାନଙ୍କୁ ଦେଖି ଆଇଡି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ। ଫଳରେ ଯବାନମାନେ ମାଓବାଦୀଙ୍କ ଉପରକୁ ପାଲଟା ଗୁଳି ଚାଳନା କରିଥିଲେ।

ମାଓବାଦୀ-ଯବାନଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ। ଆହତ ଯବାନଙ୍କୁ ରାୟପୁର ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

Comment