ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ‘ମ୍ୟାଡାମ୍‌ ତୁଷାଦ ମ୍ୟୁଜିୟମ୍’ରେ ଏମିତି ଏକ ମୂର୍ତ୍ତିକୁ ସ୍ଥାପିତ କରାଯିବ, ଯିଏ କି କଥା ମଧ୍ୟ କହିବ!

ବ୍ରିଟେନର ମ୍ୟାଡାମ ତୁଷାଦ ମ୍ୟୁଜିୟମରେ ସ୍ଥାନ ପାଇବେ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। କିନ୍ତୁ ଏକ ଭିନ୍ନ ଢ଼ଙ୍ଗରେ। ଏହାପୂର୍ବରୁ ଯେଉଁ ଭାରତୀୟମାନେ ମ୍ୟାଡାମ ତୁଷାଦରେ ସ୍ଥାନ ପାଇଛନ୍ତି ସେମାନଙ୍କ ମହମ ମୂର୍ତ୍ତି ମ୍ୟୁଜିୟମ୍‌ରେ ସ୍ଥାନ ପାଉଥିଲା।

କିନ୍ତୁ ଅନୁଷ୍କାଙ୍କ ଯେଉଁ ମୂର୍ତ୍ତି ସ୍ଥାପିତ ହେବ, ତାହା ହାତରେ ଏକ ଫୋନ୍‌ ବି ରହିବ, ଯାହାକି ଅସଲି ଫୋନ୍‌ ଓ ଲୋକେ ଏହି ମୂର୍ତ୍ତି ସହିତ ନିଜର ସେଲ୍ଫି ମଧ୍ୟ ନେଇପାରିବେ। ହେଲେ ଯେଉଁ ବ୍ୟକ୍ତି ଏହି ଫୋନ୍‌କୁ ହାତ ମାରିବାକୁ ଚେଷ୍ଟା କରିବେ, ଅନୁଷ୍କାଙ୍କର ଏହି ମୂର୍ତ୍ତିଟି ତାଙ୍କ ସହିତ କଥାବାର୍ତ୍ତା କରିବେ।

ଅନୁଷ୍କାଙ୍କ ସ୍ଵାମୀ ତଥା ଭାରତୀୟ କ୍ରିକେଟଦଳର ଅଧିନାୟକ ବିରାଟ କୋହଲିଙ୍କ ମହମ ମୂର୍ତ୍ତି ମଧ୍ୟ ମ୍ୟାଡାମ ତୁଷାଦରେ ସ୍ଥାନ ପାଇ ସାରିଛି।

ନିକଟରେ ଅଭିନେତ୍ରୀ ଅନୁଷ୍କାଙ୍କ ନାମ ଫୋବର୍ସର ‘ଟପ୍‌ ୩୦ ଏସିଆ ୨୦୧୮’ର ତାଲିକାରେ ରହିଛି।

ଏହି ସଂଗ୍ରହାଳୟରେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କ୍ରିକେଟ ଖେଳାଳି ସଚିନ୍‍ ତେନ୍ଦୁଲକର ଆଦି ଲୋକପ୍ରିୟ ସେଲିବ୍ରିଟିଙ୍କର ମୂର୍ତ୍ତି ରହିଛି।

Comment