ଓଡ଼ିଶାଲାଇଭ୍ ବ୍ୟୁରୋ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ଓ ଏହାପରେ ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଚାଲିଥିବା ତନାଘନାରେ ଏବେ ଗୋଟିଏ ପରେ ଗୋଟିଏ ରହସ୍ୟ ଖୋଲିବାରେ ଲାଗିଛି। ଏପରିକି ଏହି ଡ୍ରଗ୍ସ କାରବାରରେ ବଲିଉଡର ପ୍ରାୟ ୫୦ରୁ ଅଧିକ କଳାକାର ଓ ନିର୍ଦ୍ଦେଶକ ସାମିଲ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋକୁ ଖବର ମିଳିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ବଲିଉଡର ବହୁ କଳାକାର ଡ୍ରଗ୍ସ କାରବାରେ ଜଡ଼ିତ ଥିବା ଜଣାପଡ଼ିଛି। ସେମାନଙ୍କ ଭିତରେ ଅନେକ କଳାକାର ଓ ଫିଲ୍ମ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଡ୍ରଗ୍ସ ଯୋଗାଉଥିବା ଲୋକ ଓ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚୁରା କରୁଥିବାବେଳେ ଏହି ତଥ୍ୟ ବାହାରକୁ ଆସିଛି। ଖୁବଶୀଘ୍ର ଏନସିବି ଏହି କଳାକାରମାନଙ୍କୁ ଡକାଇ ପଚରାଉଚୁରା କରିବ।ଏହାପୂର୍ବରୁ ଏନସିବି ଡ୍ରଗ୍ସ କାରାବାର ଘଟଣାରେ ଦୀପିକା ପାଦୁକୋନ୍, ସାରା ଅଲ୍ଲୀ ଖାନ୍, ରାକୁଲ ପ୍ରୀତି ସିଂହ ଓ ଶ୍ରଦ୍ଧା କପୁରଙ୍କ ସମନ ଜାରି କରିସାରିଛି। ଏହି ଅଭିନେତ୍ରୀ ଆସନ୍ତା ଦୁଇ ଦିନ ଭିତରେ ଏନସିବି ପାଖରେ ହାଜିର ହୋଇ ନିଜର ମତ ରଖିବେ।

ଅନ୍ୟପଟେ ଗୁରୁବାର ଡିଜାଇନର ସିମୋନ୍ ଖମ୍ବାଟା ଓ ଶ୍ରୁତି ମୋଦୀଙ୍କୁ ଏନସିବି ପଚରାଉଚୁରା କରୁଛି। ତେବେ ତାଙ୍କୁ  କେଉଁ କେଉଁ କଥା ପଚରାଯାଇଛି ସେ ନେଇ କୌଣସି ତଥ୍ୟ ମିଳିପାରିନାହିଁ।

Comment