ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ନୈବେଦ୍ୟ ପଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ଯୋଗଦେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
  • ଛେରାପହଁରା କରିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ
  • ତିନିଠାକୁରଙ୍କୁ ନଗର ପରିକ୍ରମାରେ ନିଆଯିବ

ଓଡ଼ିଶା ଭଳି ଗୁଜୁରାଟ ଅହମଦାବାଦରେ ମଧ୍ୟ କଡ଼ା ସୁରକ୍ଷା ମଧ୍ୟରେ ନଦିନ ବ୍ୟାପି ଗୁଜୁରାଟରେ ରଥଯାତ୍ରା ଆରମ୍ଭ ହୋଇଯାଇଛି। ଏହି ରଥଯାତ୍ରାରେ ସାମିଲ ହୋଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।

ସକାଳ ପ୍ରାୟ ୭ଟାବେଳେ ରଥ ନୀତି ଆରମ୍ଭ ହୋଇଛି। ଭଗବାନ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ନଗର ଶୋଭାଯାତ୍ରାରେ ବାହରିଛନ୍ତି। ରଥଯାତ୍ରା ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜୁରାଟସ୍ଥିତ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ପାରମ୍ପରିକ ନୈବେଦ୍ୟ(ଗଜାମୁଗ, ଜାମୁକୋଳି, ଡାଳିମ୍ବ ଓ ଆମ୍ବ)ପଠାଇଛନ୍ତି। ଗତ କେତେ ବର୍ଷ ହେବ ରଥଯାତ୍ରା ପୂର୍ବରୁ ମୋଦି ନୈବେଦ୍ୟ ପଠାଇ ଆସୁଛନ୍ତି। ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀ ରଥ ଉପରେ ଛେରା ପହଁରା କରିବେ।

ଏହି ଯାତ୍ରାରେ ଦେଶବିଦେଶର ପାଖାପାଖି ୨୫୦୦ ସାଧୁସନ୍ଥ ଭାଗ ନେଇଛନ୍ତି। କେବଳ ସେତିକି ନୁହେଁ ରଥଯାତ୍ରା ସୁରକ୍ଷା ପାଇଁ ୧.୫ କୋଟି ଟଙ୍କାର ବୀମା କରାଯାଇଛି। ଯାତ୍ରା ସମୟରେ କିଛି ଅଘଟଣ ଘଟିଲେ ବୀମା ସୁରକ୍ଷା ଦେବ।

Comment