ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ପବିତ୍ର ଘୋଷଯାତ୍ରା। ଧୀରେ ଧୀରେ ବଡ଼ଦାଣ୍ଡ ଲୋକାରଣ୍ୟ ହେବାରେ ଲାଗିଛି। ଶ୍ରୀକ୍ଷେତ୍ର ସକାଳ ୬ଟାରେ ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିରରେ ଠାକୁରଙ୍କର ଅନ୍ୟାନ୍ୟ ନୀତିକାନ୍ତି ସରିଛି। ସକାଳର ପ୍ରଥମ ନୀତି ପରେ ରଥ ପ୍ରତିଷ୍ଠା କରାଯାଇଥିଲା।

ଖେଚୁଡି ଭୋଗ ଖାଇ ରତ୍ନସିଂହାସନରୁ ଓହ୍ଲାଇ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡିରେ ରଥକୁ ଯାଉଛନ୍ତି। ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ନିଆଯାଉଛି।

ଶ୍ରୀ ସୁଦର୍ଶନଙ୍କୁ ପ୍ରଥରେ ପହଣ୍ଡି କରି ରଥରେ ବିଜେ କରାଯାଇଛି। ପ୍ରଭୁ ବଳଦେବଙ୍କୁ ସେବାୟତମାନେ ପହଣ୍ଡିରେ ନେଇଛନ୍ତି। ତା’ପରେ ଏବେ ପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ଟାହିଆ ହଲାଇ କାଳିଆ ସାଆନ୍ତଙ୍କୁ ସେବାୟତମାନେ ରଥକୁ ନେଉଛନ୍ତି।

ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment