ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀରେ ଆରମ୍ଭ ହୋଇଛି ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ଜଗତରନାଥ ଜଗନ୍ନାଥ ଭାଇ ବଳଭଦ୍ର ଓ ଭାଉଣୀ ସୁଭଦ୍ରାଙ୍କୁ ଧରି ବଡଦାଣ୍ଡକୁ ଓହ୍ଲାଇଆସିଛନ୍ତି ଭକ୍ତ ଗହଣଙ୍କ ପାଖକୁ।

ଭୋର ୪ଟା୩୦ ମିନିଟରେ ମଙ୍ଗଳ ଆଳତୀ ସହ ଆରମ୍ଭହୋଇଥିଲା ରଥଯାତ୍ରାର ନୀତି, ମଇଲମ, ତଡପ ଲାଗି, ରୋଷ ହୋମ ଅବକାଶ ସୂର୍ଯ୍ୟପୂଜା, ଗୋପାଳ ବଲ୍ଲଭ, ସକାଳଧୂପ ନୀତି ମନ୍ଦିର ଭିତରେ ସମାପନ ହୋଇଥିଲା। ଏହାପରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ  ପହଣ୍ଡି ଆରମ୍ଭ ହୋଇଥିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି କାର୍ଯ୍ୟ ଶେଷ ହୋଇଛି।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ କରାଇଛନ୍ତି ସେବକମାନେ।

ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବା ପାଇଁ ବଡ଼ଦାଣ୍ଡରେ ଅପେକ୍ଷା କରି ରହିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରଥଯାତ୍ରା ଦେଖିବା ପାଇଁ ପୁରୀରେ ପହଞ୍ଚିଛନ୍ତି। ସେହିପରି କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟରେ ବଡ଼ଦାଣ୍ଡରେ ପହଞ୍ଚିଛନ୍ତି।

ରଥଯାତ୍ରାର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଟେଲିଭଜନ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦେଖୁଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment