ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଆଜି ସବୁଠାରୁ ବଡ଼ ପର୍ବ ଶ୍ରୀଗୁଣ୍ଡିଚା ଯାତ୍ରା। ଚତୁର୍ଦ୍ଧାମୂର୍ତ୍ତି ଶ୍ରୀବଳଦେବ, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଏବଂ ସୁଦର୍ଶନ ତିନୋଟି ସୁସଜ୍ଜିତ ରଥରେ ଯିବେ ଗୁଣ୍ଡିଚା ଘର।

ସକାଳୁ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ନୀତି ସମାପନ ହେବାପରେ  ପହଣ୍ଡି ଆରମ୍ଭ ହୋଇଥିଲା ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି କାର୍ଯ୍ୟ ଶେଷ ହୋଇଛି।

ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିକରି ଦେବୀଦଳନ ରଥକୁ ଅଣାଯାଇଥିଲା। ପରେ ସୁଭଦ୍ରାଙ୍କୁ ଦେବଦଳନ, ତାଳଧ୍ଵଜ ରଥରେ ବଳଭଦ୍ର ଓ ଜଗନ୍ନାଥଙ୍କୁ ଧାଡି ପହଣ୍ଡିରେ ଅଣାଯାଇ ନନ୍ଦିଘୋଷ ରଥରେ ରଥାରୂଢ କରାଇଛନ୍ତି ସେବକମାନେ।

ଏହାପରେ ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ରଥ ପରିକ୍ରମା କରିଛନ୍ତି। ନିଜ ସହଯୋଗୀମାନଙ୍କ ସହ ତିନିରଥକୁ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ଶଙ୍କରାଚାର୍ଯ୍ୟ।

ରଥଯାତ୍ରାର ସିଧାପ୍ରସାରଣ ଲକ୍ଷଲକ୍ଷ ଦର୍ଶକ ଟେଲିଭଜନ ଚ୍ୟାନେଲ ଏବଂ ଡିଜିଟାଲ ମିଡିଆ ମାଧ୍ୟମରେ ଦେଖୁଛନ୍ତି।

ଶ୍ରୀକ୍ଷେତ୍ର ପୁରୀରୁ ଶ୍ରୀଗୁଣ୍ଡିଚା ଯାତ୍ରାର ସିଧା ପ୍ରସାରଣ ଓଡ଼ିଶାଲାଇଭ୍‌ ଡିଜିଟାଲ ପୋର୍ଟାଲ (www.odisha.live), ୟୁଟ୍ୟୁବ ଚ୍ୟାନେଲ (www.youtube.com/odishalive) ଏବଂ ଫେସବୁକ୍ ପେଜ୍ (www.facebook.com/odishalive) ମାଧ୍ୟମରେ ଆପଣମାନଙ୍କ ପାଖରେ ପହଞ୍ଚୁଛି।

Comment