ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନ୍ମବେଦିରେ ନଅଦିନ ଧରି ଲୀଳାଖେଳା ସାରି ରତ୍ନବେଦିକୁ ଫେରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ଛାଡି ବାହୁଡ଼ୁଛନ୍ତି ଶ୍ରୀଜିଉ। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ନିଆଯିବା ପରେ ପ୍ରଭୁ ବଳଭଦ୍ର ଓ ଏବେ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଚାଲିଛି।

ଧାର୍ଯ୍ୟ ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ୱାରପାଳ ପୂଜା ପରେ ବେଶଶେଷ, ଗୋପାଳ ବଲ୍ଲଭ ଓ ସକାଳ ଧୂପ ଶେଷ ହୋଇଛି। ଏହାପରେ ଆରମ୍ଭ ହୋଇଛି ପହଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ପହଣ୍ଡିରେ ନିଆଯାଇଛି।

ଏହାପରେ ବଡଭାଇ ବଳଦେବ ପହଣ୍ଡିରେ ଆଡ଼ପ ମଣ୍ଡପରୁ ଝୁଲିଝୁଲି ରଥକୁ ଆସୁଛନ୍ତି। ତାଙ୍କ ପଛକୁ ଭଉଣୀ ସୁଭଦ୍ରାଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି। ଶେଷରେ କାଳିଆଠାକୁର ରଥକୁ ବିଜେ କରିବେ।

ବର୍ଷା ସତ୍ତ୍ୱେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଯେଉଁ ଶ୍ରଦ୍ଧାଳୁମାନେ ପୁରୀ ଆସି ନଥିବେ ସେମାନଙ୍କ ପାଖରେ ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ସୋସିଆଲ ଚ୍ୟାନେଲ ମାଧ୍ୟମରେ ପହଞ୍ଚିପାରିଛି।

ସକାଳ ୭ଟା ୩୦ରୁ ଓଡ଼ିଶାଲାଇଭ୍‌ର ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ାଯାତ୍ରାର ସିଧାପ୍ରସାରଣ ଆରମ୍ଭ ହୋଇଛି।

ଦେଶବିଦେଶର ଦର୍ଶକମାନେ କମ୍ପ୍ୟୁଟର, ଲାପଟପ, ଟ୍ୟାବ୍‍ ଏବଂ ମୋବାଇଲ ଫୋନ ମାଧ୍ୟମରେ ଏହି ସିଧାପ୍ରସାରଣ କାର୍ଯ୍ୟକ୍ରମ ଦେଖିପାରିବେ। ଓଡ଼ିଶା ତଥା ବାହାରର ଦର୍ଶକମାନଙ୍କ ସୁବିଧା ପାଇଁ ନ୍ୟୁଜ୍‍ ପୋର୍ଟାଲ (www.odisha.live) ସହିତ ଫେସବୁକ ପେଜ୍‍ (www.facebook.com/odishalive) ଏବଂ ୟୁଟ୍ୟୁବ୍‍ ଚ୍ୟାନେଲରେ (www.youtube.com/odishalive) ଏହି ସିଧାପ୍ରସାରଣର ଆୟୋଜନ କରାଯାଉଛି ବୋଲି ଓଡ଼ିଶାଲାଇଭ୍‍ ପକ୍ଷରୁ ସୂଚନା ଦିଆଯାଉଛି।

Comment