ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଯାଇଛି ଭକ୍ତଙ୍କ ସମାବେଶ। ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। କିଛି ସମୟ ତଳେ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି।

ସୁଦର୍ଶନଙ୍କ ପଛକୁ ବଡ଼ ଭାଇ ବଳଦେବ ଆଡ଼ପ ମଣ୍ଡପରୁ ଝୁଲିଝୁଲି ରଥକୁ ଆସିବେ। ତାଙ୍କ ପଛକୁ ଭଉଣୀ ସୁଭଦ୍ରା ଓ ଶେଷରେ କାଳିଆଠାକୁର।

ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ଵାର ଦେଇ ମହାପ୍ରଭୁ ଶରଧାବାଲିକୁ ଆସୁଛନ୍ତି। ଧିରେଧିରେ ଶରଧାବାଲିରେ ବଢ଼ୁଛି ଭକ୍ତଙ୍କ ଗହଳି। ଦୁଇଦିନର ଲଗାଣ ବର୍ଷା ସତ୍ତ୍ଵେ ଭକ୍ତମାନେ ଶ୍ରୀକ୍ଷେତ୍ର ଅଭିମୁଖେ ଛୁଟୁଛନ୍ତି।

Comment