ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍ ଧକ୍କାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ପୋଲିସ ଟ୍ରକ ଡ୍ରାଇଭରକୁ ଗିରଫ କରିଛି। ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲାର କିବିଟି ଥାନା ଅଞ୍ଚଳରୁ ଭଦ୍ରକ ପୋଲିସ ଗିରଫ କରିଥିବା ଏସ୍‌ଡିପିଓ ଜଳଧର ଜାଲି ସୂଚନା ଦେଇଛନ୍ତି। ଗିରଫ ଟ୍ରକ୍ ଡ୍ରାଇଭରଙ୍କ ନାଁ ହେଉଛି ଭେଙ୍କଟ ଆଦ୍ରି।

ଗତ ୧୯ ତାରିଖରେ ଭଦ୍ରକ ରାହାଞ୍ଜ ନିକଟସ୍ଥ ୧୬ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ରାଣିତାଲ ହାଇସ୍କୁଲର ୫ ଜଣ ଛାତ୍ରୀଙ୍କର ମୃତ୍ୟୁ ଘଟିଥିଲା ଏବଂ ୬ ଜଣ ଆହତ ହୋଇଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ କରି ଟ୍ରକକୁ ଜାଳି ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ରାସ୍ତା ଅବରୋଧରୁ ହଟି ନଥିଲେ ଲୋକେ। ସ୍କୁଲ ନିକଟରେ ଓଭରବ୍ରିଜ୍ ନିର୍ମାଣ କରିବାକୁ ଲୋକେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ  ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ।

Comment