ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ରାଇଗଡ ଜିଲ୍ଲା ଆମ୍ବେନଳରେ ଘଟିଛି ଏକ ଅଘଟଣ। ୫୦୦ ଫୁଟ ଉଚ୍ଚତାର ଏକ ଘାଟିର ତଳକୁ ଖସିପଡ଼ିଛି ବସ୍। ଫଳରେ ୩୦ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା ସୃଷ୍ଟି ହୋଇଛି।

ଶନିବାର ସକାଳୁ ରାଇଗଡ଼ ଓ ସତାର ଜିଲ୍ଲା ସୀମା ମଧ୍ୟରେ ଘଟିଛି ଏହି ଦୁର୍ଘଟଣା। ବସଟି ଦୋପଳି କୃଷି ବିଶ୍ଵବିଦ୍ୟାଳୟର କର୍ମଚାରୀଙ୍କୁ ଧରି ମହାବଳେଶ୍ଵର ପିକନିକ୍ ଯାଇଥିଲା।

ବସରେ ମୋଟ ୩୦ଜଣ ଯାତ୍ରୀ ଥିଲେ। ବସଟି ୫୦୦ଫୁଟ ତଳକୁ ଖସି ପଡ଼ିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର କରାଯାଇଛି।

ଗତକିଛିଦିନ ତଳେ ମହାରାଷ୍ଟ୍ରର କୋହ୍ଲାପୁରରେ ମଧ୍ୟ ବସ୍‌ ଘାଟିକୁ ଓଲଟି ୧୩ଜଣଙ୍କ ମୃତ୍ୟୁ ହୋଇଥିଲା।

Comment