ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଗଷ୍ଟ ୧୬ ତାରିଖରେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ସେ ଏମ୍‌ସ-ଭୁବନେଶ୍ୱରର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବେ।  ଏ ସମ୍ପର୍କରେ ରାଜ୍ୟ ଗୃହ ବିଭାଗ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

ରାଜ୍ୟ ସଚିବାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଉପ-ରାଷ୍ଟ୍ରପତିଙ୍କ ଗସ୍ତ କିପରି ଶୃଙ୍କଳିତ ହେବ ସେ ବିଷୟରେ ଆଲୋଚନା ହୋଇଥିଲା।

ବାୟୂସେନାର ସ୍ୱତନ୍ତ୍ର ବିମାନରେ ଉପ-ରାଷ୍ଟ୍ରପତି ସକାଳ ୮ଟାରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। ଏୟାରପୋର୍ଟରେ ତାଙ୍କୁ ଗାର୍ଡ଼ ଅଫ୍ ଅନର୍ ଦିଆଯିବ। ଏ଼ୟାରପୋର୍ଟରୁ ସେ ସିଧା ଏମ୍‌ସ ଯିବେ। ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଆଜିର ବୈଠକରେ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment