ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସ୍ତରୀୟ ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଶହୀଦ ସ୍ମୃତିପୀଠରୁ ମାଟି ସଂଗ୍ରହ କରୁଛନ୍ତି। ଏହିକ୍ରମରେ କେନ୍ଦ୍ରାପଡ଼ା ରାଜକନିକାସ୍ଥିତ ବାସୁ-ବିସୁନି ଶହୀଦ ସ୍ମୃତି ସ୍ତମ୍ଭ ନିକଟରୁ ରବିବାର ଦିନ ମାଟି ସଂଗ୍ରହ କରିବାର କାର୍ଯ୍ୟକ୍ରମ ରହିଛି। ଗତ ୨୫ ତାରିଖରୁ ଆସନ୍ତା ୩୧ ତାରିଖ ଯାଏଁ ଏହି ମାଟି ସଂଗ୍ରହ କରାଯିବାର ରହିଛି। ହେଲେ ଏହାକୁ ବିରୋଧ କରୁଛି ରାଜକନିକା ଶହୀଦ ସ୍ମୃତି ସଂସଦ। ସରକାର ଶହୀଦଙ୍କୁ ଉଚିତ୍ ସମ୍ମାନ ଜଣାଇ ନଥିବାରୁ ଏହି ବିରୋଧ କରାଯାଉଛି। ଶହୀଦ ବାସୁ-ବିସୁନିଙ୍କୁ ଉଚିତ୍ ସମ୍ମାନ ଜଣାଇ ସରକାର ମାଟି ସଂଗ୍ରହ କରିବାକୁ ଦାବି କରିଛି ସଂସଦ।

ଏହାର ପ୍ରତିବାଦରେ ରବିବାର ଦିନ କନିକା ବେବର୍ତ୍ତା ସରୋବର ନିକଟସ୍ଥ ଶହୀଦ ଭୂମି ନିକଟରେ ସ୍ମୃତି ସଂସଦ କର୍ମକର୍ତ୍ତା ଉପବାସ ସତ୍ୟାଗ୍ରହ କରିବେ। ଶହୀଦ ମାଟିକୁ ସଉଦା ହେବାକୁ ଦେବୁନି ବୋଲି ସଂସଦ ପକ୍ଷରୁ କୁହାଯାଇଛି।

୧୯୨୨ ଏପ୍ରିଲ ୨୩ରେ କନିକା ଅଭିମୁଖେ ମାଡ଼ି ଆସିଥିଲେ ଇଂରେଜମାନେ। ହେଲେ ମାଟିକୁ ସୁରକ୍ଷା ଦେବା ପାଇଁ ବାସୁ ସେଠୀ ଓ ବିସୁନି ମଢ଼ୁଆଳ ଆଗକୁ ଆସିଥିଲେ। ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ। ଶେଷରେ ସେମାନେ ଇଂରେଜମାନଙ୍କ ଗୁଳିରେ ଶହୀଦ ହୋଇଥିଲେ। ଏବେ ଏହି ଶହୀଦ ମାଟିକୁ ଉଚିତ୍ ସମ୍ମାନ ପାଇଁ ଦାବି ଉଠିଛି।

ଆସନ୍ତା କାଲି ସକାଳ ୬ଟା ଠାରୁ ରାତି  ୧୨ଟା ଯାଏ ଏହି ସତ୍ୟାଗ୍ରହକୁ ଚାଲୁ ରଖାଯିବ। ରାଜ୍ୟର ପ୍ରଥମ ସ୍ୱାଧୀନତା ସଂଗ୍ରାମର  ଶହୀଦ କୁହାଯାଉଥିବା ବାସୁ ସେଠୀ ବିସୁନି ମଢୁଆଳଙ୍କ ଅମୁଲ୍ୟ ଅନ୍ତରାତ୍ମା କୁ ଦଃଖ ଦିଆ ଯାଇ ପାରିବନାହିଁ ବୋଲି କମିଟି ଆଜି କେନ୍ଦ୍ରାପଡା ଜିଲାପାଳ, ରାଜକନିକା ତହସିଲଦାର ଓ ଏସପିଙ୍କୁ ରାଜକନିକା ଥାନା ଅଧିକାରୀଙ୍କ ଜରିଆରେ ଜଣାଇ ଦେଇଛନ୍ତି। ଫଳରେ ରାଜ୍ୟ ସରକାର ଆସନ୍ତା କାଲି କେନ୍ଦ୍ରାପଡା ଜିଲାର ଏହି ସ୍ଥାନରୁ ନେବାକୁ ଥିବା ଶହିଦ ମାଟି ବ୍ୟବସ୍ଥାରେ ଅଙ୍କୁସ ଲାଗି ଯାଇଛି।

Comment