ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ପପେରମେଟଲା ଥାନା ଧୂଳିପୁଟ ପଞ୍ଚାୟତର କତାଦୁରୁ ଗ୍ରାମର ଚିତି ବାବୁ ଗତ ୨୧ ତାରିଖ ଦିନ ଚିତ୍ରକୋଣ୍ଡା ବ୍ୟାଙ୍କକୁ କାମରେ ଆସିଥିଲେ। ଭୀଷଣ ବର୍ଷା ହେବାରୁ ଆଉ ଘରକୁ ନଫେରି ଯନ୍ତାପାଇ ଗ୍ରାମରେ ରାତ୍ରି ଯାପନ କରିଥିଲେ। ପରଦିନ ସକାଳୁ ଘରକୁ ଫେରୁଥିବା ବେଳେ ଡୋଳିଆମ୍ବ ନଦୀରେ ଭାସି ଯାଇଥିଲେ।

କତାଦୁରୁ ଗ୍ରାମ ଓ ନିଜ ପରିବାର ଲୋକେ ଖୋଜାଖୋଜି କରିବା ପରେ ବି ମିଳି ନଥିଲେ ଚିତି ବାବୁ।  ନିଖୋଜର ୧୦ ଦିନ ପରେ ଆଜି ଗୁରୁପ୍ରିୟା ସେତୁ ଠାରେ ମୃତ ଦେହ ଠାବ କରାଯାଇଛି। ପୋଲିସ ପରିବାର ଲୋକଙ୍କୁ ଖବର ଦେଇଛି। ପରିବାର ଲୋକେ ଆସିଲେ ଶବ ବ୍ୟବଛେଦ କରାଯିବ ବୋଲି ପାପେରମେଟଲା ଥାନାର ଓଆଇସି ସୂଚନା ଦେଇଛନ୍ତି।

Comment