ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ହଟ୍‍ ଯୋଡ଼ି କ୍ୟାଟ୍ରିନା ଓ ସଲମାନଙ୍କୁ ପୁଣିଥରେ ଦେଖିବାକୁ ମିଳିବ ରୂପେଲି ପରଦାରେ ଟାଇଗର ଜିନ୍ଦା ହେ ପରେ ଏହି ଯୋଡ଼ି ନଜର ଆସିବେ ଅଲ୍ଲୀ ଅବ୍‌ବାସଙ୍କ ସିନେମା ଭାରତରେ


ପ୍ରିୟଙ୍କା ଚୋପ୍ରା ‘ଭାରତ’ ଚଳଚ୍ଚିତ୍ରରେ ନଜର ଆସିବେ ନାହିଁ ବୋଲି ଫିଲ୍ମର ନିର୍ଦ୍ଦେଶକ ସୂଚନା ଦେବା ପରେ କିଏ ଏହି ସିନେମାରେ ନାୟିକା ହେବେ, ଏହାକୁ ନେଇ ଚର୍ଚ୍ଚା ବେଶ୍‌ ଜୋର ଧରିଥିଲା। ଶେଷରେ ସଲମାନଙ୍କ ଟୁଇଟରୁ କ୍ୟାଟ୍ରିନା ହିଁ ‘ଭାରତ’ ସିନେମାରେ ନାୟିକା ହେବେ ବୋଲି ସ୍ପଷ୍ଟ ହୋ‍ଇଯାଇଛି।

ସଲମାନ ଟୁଇଟ୍‍ କରିଛନ୍ତି ଯେ ‘ଏକ ସୁନ୍ଦର ସୁଶୀଳ ଝିଅ, ଯାହା ନାଁ ହେଉଛି କ୍ୟାଟ୍ରିନା କୈଫ୍‍… ଭାରତର ଜୀବନରେ ତମର ସ୍ୱାଗତ କରାଯାଉଛି’।

ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‍ ଏହାପୂର୍ବରୁ ‘ଟାଇଗର ଜିନ୍ଦା ହେ’ ସିନେମାରେ ଏକାଠି କାମ କରିଥିଲେ। ଏହାଛଡ଼ା ‘ଭାରତ’ରେ ଦିଶା ପାଟାନି, ତବୁ, ସୁନିଲ ଗ୍ରୋବର ଆଦି କଳାକାରମାନେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନେମାରେ ଦିଶା ପଟାନି ସଲମାନଙ୍କ ଭଉଣୀ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ପାଇଁ ଦିଶା ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି।

‘ଭାରତ’ ଚଳଚ୍ଚିତ୍ର ଛାଡ଼ିବା ବିଷୟରେ ନିଜର ନିଷ୍ପତ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବହୁତ କମ୍‍ ସମୟ ମଧ୍ୟରେ ଜଣାଇଥିବାରୁ ନିର୍ଦ୍ଦେଶକ ତାଙ୍କ କଥାକୁ ସମ୍ମାନ ଦେଇଛନ୍ତି। ପ୍ରିୟଙ୍କା ତାଙ୍କ ବୟଫ୍ରେଣ୍ଡ ନିକ୍‍ଙ୍କ ସହ ଆଗାମୀ ଅକ୍ଟୋବରରେ ବିବାହ କରୁଥିବାରି ଏହି ଚଳଚ୍ଚିତ୍ର ଛାଡିଛନ୍ତି ବୋଲି ଚର୍ଚ୍ଚା ହେଉଛି।

ଦୀର୍ଘ ୧୦ ବର୍ଷ ପରେ ପ୍ରିୟଙ୍କା ଚୋପ୍ରା ଓ ସଲମନ ଖାନ ଏହି ଚଳଚ୍ଚିତ୍ର ମାଧ୍ୟମରେ ଏକାଠି ନଜର ଆସିଥା’ନ୍ତେ। କିନ୍ତୁ ପ୍ରିୟଙ୍କା ଚଳଚ୍ଚିତ୍ରରୁ ଓହରିଯିବା ପରେ କ୍ୟାଟ୍ରିନାଙ୍କୁ ସଲମାନଙ୍କ ସହ ଏକାଠି ଦେଖିବାକୁ ମିଳିବ।

Comment