ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପକ୍ଷରୁ ବାରିପଦା ଉପଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ନୋଡାଲ ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ  ସହାୟତା କେନ୍ଦ୍ର ଖୋଲାଯାଇଥିଲା।

ଏଥିରେ ବାଙ୍ଗିରିପୋଷି, ବିଷୋଇ ଏବଂ ସାରସକଣା ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶିବିରରେ ଯୋଗଦେଇଥିଲେ। ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଆବଶ୍ୟକ ମୁତାବକ ସହାୟତା ଉପକରଣ ଯୋଗାଇ ଦିଅ।ଯାଇଥିଲା।

ଏହି ଶିବିରରେ ୨୮ ଜଣ ହିତାଧିକାରୀଙ୍କୁ ହୁଇଲ ଚେୟାର, ୧୩ ଜଣଙ୍କୁ ବୌଦ୍ଧିକ ଶିକ୍ଷା ଉପକରଣ, ୪୪ ଜଣ ଦୃଷ୍ଟି ବାଧିତ ପିଲାଙ୍କୁ ଶିକ୍ଷା ଉପକରଣ, ବ୍ରେଲିସ୍ଲେଟ, ଆଶାବାଡ଼ି, ୱାକର ରୋଲେଟର ଆଦି ଉପକରଣ ଯୋଗାଇ  ଦିଆଯାଇଥିଲା।

ମୋଟ ୯୭ ଜଣ ଦିବ୍ୟାଙ୍ଗ ଛ।ତ୍ରଛାତ୍ରୀମାନଙ୍କୁ ଏହି ସହାୟତା ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାଙ୍ଗିରିପୋଷି ବ୍ଲକ ଅଧ୍ୟକ୍ଷ ସୁବୋଧ ମାର୍ଣ୍ଡି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ଅଧିକାରୀ ବିବେକାନନ୍ଦ ସାହୁ, ବାଙ୍ଗିରିପୋଷି ବ୍ଲକ ଉନ୍ନୟନ ଅଧିକାରୀ ଆଶିଷରଞ୍ଜନ ସାହୁ, ବ୍ଲକ ଶିକ୍ଷା ଅଧିକାରୀ ଦୁଃଶାସନ ସିଂ ପ୍ରମୁଖ ସାମିଲ୍ ହୋଇଥିଲେ।

LEAVE A REPLY

Please enter your comment!
Please enter your name here