ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁହାଁମୁହିଁ ହେଲେ ଟ୍ରାଫିକ କନଷ୍ଟେବଳ ଏବଂ ପୋଲିସ ବାବୁଙ୍କ ପରିବାର। ନ୍ୟାୟ ପାଇଁ ଉଭୟ ପକ୍ଷ ଦେଲେ ଥାନାରେ ଏତଲା। ଏବେ ପୋଲିସର ତଦନ୍ତ ଉପରେ ନଜର।

ଭୁବନେଶ୍ୱର ଏଜି ଛକରେ ଘଟିଥିବା ହାଇଭୋଲଟେଜ ଡ୍ରାମା ଭିନ୍ନମୋଡ଼ ନେଇଛି। ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ଝିଅ ଟ୍ରାଫିକ କନଷ୍ଟେବଳ ପୁଷ୍ପଲତାଙ୍କ ବିରୋଧରେ ଏତଲା ଦେଇଥିବା ବେଳେ ଆଜି ପୁଷ୍ପଲତା ପୋଲିସ ବାବୁ ପରିବାର ବିରୋଧରେ ଏତଲା ଦେଇଛନ୍ତି। ଫଳରେ ଟ୍ରାଫିକ ପୋଲିସ ଏବଂ ପୋଲିସ ବାବୁଙ୍କ ପରିବାର ମୁହାଁମୁହିଁ ହୋଇଛନ୍ତି। ଏବେ ଦେଖିବାକୁ ବାକି ରହିଲା ପୋଲିସ କେମିତି ତଦନ୍ତ କରୁଛି।

ଗୁରୁବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ସଚିବାଳୟ ଅଭିମୁଖେ ଆସୁଥିଲା। ଏଥିପାଇଁ ଟ୍ରାଫିକ ପୋଲିସ ଏଜି ଛକ ରାସ୍ତା ଖାଲି କରିଥିଲେ। ଗାଡ଼ିଗୁଡ଼ିକୁ ରାସ୍ତାରୁ ସାଇଟ୍ କରିବାକୁ କହିଥିଲେ। ଏହି ସମୟରେ ପୋଲିସ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ସ୍ତ୍ରୀ ଏବଂ ଝିଅ ଆସୁଥିବା ଗାଡ଼ିଟି ଜେବ୍ରା କ୍ରସିଂ କରିଥିଲା। ଡ୍ୟୁଟିରେ ଥିବା ଟ୍ରାଫିକ କନଷ୍ଟେବଳ ତାଙ୍କ ଗାଡ଼ିକୁ ରାସ୍ତାରୁ ସାଇଟ୍ କରିଦେଇଥିଲେ। ଏଥିରେ ଉତକ୍ଷୀପ୍ତ ହୋଇ ଏଡିଜିଙ୍କ ଝିଅ ଟ୍ରାଫିକ କନଷ୍ଟେବଳକୁ ଦୁର୍ବବ୍ୟହାର କରିଥିବା ଅଭିଯୋଗ ହୋଇଛି।

ପୋଲିସ ଏଡିଜିଙ୍କ ଗାଡ଼ି ଥାନାକୁ ଆଣିଥିଲା। ହେଲେ ଏଡିଜିଙ୍କ ଝଅ ଟ୍ରାଫିକ ପୋଲିସଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଡ୍ୟୁଟିରେ ଥିବା ଟ୍ରାଫିକ ପୋଲିସ ତାଙ୍କୁ ଦୁର୍ବ୍ୟବହାର କରିଥିବା କହିଥିଲେ। ଏନେଇ କ୍ୟାପିଟାଲ ଥାନାରେ ଏଡିଜିଙ୍କ ଝିଅ ଟ୍ରାଫିକ କନଷ୍ଟେବଳ ପୁଷ୍ପଲତାଙ୍କ ବିରୋଧରେ ଏତଲା ଦେଇଥିଲେ।

ହେଲେ ଆଜି ପୁଷ୍ପଲତା ଏଡିଜିଙ୍କ ଝିଅ ବିରୋଧରେ ପାଲଟା ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି ଯେ ସେ ତାଙ୍କ ଡ୍ୟୁଟି କରିଛନ୍ତି। ହେଲେ ଏଡିଜିଙ୍କ ଝିଅ ଦୁର୍ବ୍ୟହାର କରିଛନ୍ତି।

ପୋଲିସ ଏଡିଜିଙ୍କ ଝିଅ ବିରୋଧରେ ଆଇପିସି ଧାରା ୩୪୧, ୩୫୩, ୨୯୪, ୩୪ରେ ମାମଲା ରୁଜୁ କରିଛି।

ଡିସିପି ଅନୁପ କୁମାର ସାହୁ କହିଛନ୍ତି, “କିଏ ଠିକ୍ କରିଛି ଏବଂ କିଏ ଭୁଲ୍ କରିଛି ତାହା ତଦନ୍ତ ପରେ ଜଣାପଡ଼ିବ। ସିସିଟିଭି ଫୁଟେଜ ଯାଞ୍ଚ ହେବ। ଉଭୟ ପକ୍ଷଙ୍କୁ ଡାକି ପଚରାଉଚୁରା କରାଯିବ।”

Comment