ଓଡ଼ିଶାଲାଇଭ୍‌ ବ୍ୟୁରୋ

କଲେଜରେ ରାଗିଂ ପ୍ରମାଣିତ ହେଲେ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବ।

ରାଗିଂକୁ ନେଇ ସରକାରଙ୍କ କଡ଼ା ଆଭିମୁଖ୍ୟ। କଲେଜରେ ରାଗିଂ କରୁଛନ୍ତି କି? ତେବେ ସାବଧାନ ହୋଇଯାନ୍ତୁ ନହେଲେ କଲେଜରୁ ବିଦା ହୋଇପାରନ୍ତି।

କଲେଜ ଛାତ୍ରଛାତ୍ରୀଙ୍କୁ ରାଗିଂ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନକୁ ସର୍କୁଲାର ଜାରି ପାଇଁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଲେଜରେ ଯଦି କେହି କାହାକୁ ଆଖି ମାରନ୍ତି, କିମ୍ବା ଅଭଦ୍ରୋଚିତ ଆଚରଣ କରନ୍ତି ତେବେ ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ।

“ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ରାଗିଂକୁ ବରଦାସ୍ତ କରାଯିବନି। ଯଦି ରାଗିଂ ପ୍ରମାଣିତ ହୁଏ ତେବେ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯିବ” କହିଛନ୍ତି ମନ୍ତ୍ରୀ ଅନନ୍ତ ଦାସ।

ରାଜ୍ୟରେ ବିଭିନ୍ନ କଲେଜରେ ରାଗିଂ ବଢ଼ୁଛି। ବିଶ୍ୱବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନରେ ପୂର୍ବ ଦୁଇ ବର୍ଷ ତୁଳନାରେ ୨୦୧୭ରେ ରାଗିଂ ଅଭିଯୋଗ ବଢ଼ିଛି।

ଲୋକସଭାରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦେଇଥିବା ସୂଚନା ଅନୁଯାୟୀ, ୨୦୧୭ରେ ସାରା ଦେଶରେ ଓଡିଶା ରାଗିଂରେ ଷଷ୍ଠ ସ୍ଥାନରେ ରହିଛି।

Comment